ଆଜିଠାରୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ଢାକାର ବିମାନ ବନ୍ଦରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସ୍ବାଗତ ସମ୍ବର୍ଦ୍ଧନା । ବାଂଲାଦେଶ ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ସମାରୋହରେ ମୋଦୀ ହେବେ ସାମିଲ

0
507

 

ନୂଆଦିଲ୍ଲୀ, ୨୬/୦୩/୨୦୨୧: ୨ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୧୫ ମାସ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବିଦେଶ ଗସ୍ତ । ବାଂଲାଦେଶ ଗଠନର ୫୦ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ ନମୋ ।ଶୁକ୍ରବାର ସେ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଢାକା ଅଭିମୁଖେ ଯାତ୍ରା କରିଛନ୍ତି । ଏହାସହ ଢାକାରେ ମଧ୍ୟ ଅନେକ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମରେ ସାମିଲ ହେବେ । ତାଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ହେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ବାଂଲାଦେଶ ଗଠନରେ ଭାରତ ଭୂମିକା ବହୁତ ଖାସ୍ ରହିଛି । ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀକୁ ଏହି ଉତ୍ସବରେ ସାମିଲ ହେବାର ନିମନ୍ତ୍ରଣ କରାଯାଇଥିଲା ।
ପିଏମଙ୍କ ଗସ୍ତ ପୂର୍ବରୁ ଫୁଲରେ ଛାଇଯାଇଛି ପୂରା ସହର । ଢାକାରେ ଉତ୍ସବର ମାହୋଲ ଖେଳିଯାଇଛି । ଆଗାଜ୍ ନେସନାଲ ପରେଡ ଗ୍ରାଉଣ୍ଡରେ ଭବ୍ୟ କାର୍ଯ୍ୟକମ, ବଙ୍ଗବନ୍ଧୁ ଇଣ୍ଟରନାସନାଲ୍ କନଫରେନ୍ସ ସେଣ୍ଟରରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ । ଏହାସହ ନମୋ ସାବରରେ ଥିବା ରାଷ୍ଟ୍ରୀୟ ସହିଦ ସ୍ମାରକରେ ଶ୍ରଦ୍ଧାଞ୍ଜଳୀ ଦେବେ ।

LEAVE A REPLY

Please enter your comment!
Please enter your name here