ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

0
103

ପୋଲସରା, ୦୬/୧୦/୨୦୨୨: ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣ ମଣ୍ଡପରେ ଅକ୍ଟୋବର ୬ ତାରିଖ ଦିନ ଆଠଗଡ଼ ଅଞ୍ଚଳ(ତାଲୁକା) ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। କାଳଞ୍ଜି ସମାଜର ଏହି ସମ୍ବର୍ଦ୍ଧନା ଉତ୍ସବରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା ଅଧ୍ୟକ୍ଷତା କରିଥିବା ବେଳେ ସମାଜର କେନ୍ଦ୍ର ପରିଷଦ ସମ୍ପାଦକ ନୀଳାଞ୍ଚଳ ପଲାଇ, ଅଞ୍ଚଳ ସଭାପତି ପଦ୍ମ ଚରଣ ଜେନା, ଅଞ୍ଚଳ ସମ୍ପାଦକ ପ୍ରହଲ୍ଲାଦ ବିଶୋଇ, ଭଗବାନ ପଲାଇ, ସନାତନ ବିଶୋଇ, କୃପାସିନ୍ଧୁ ଜେନା ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ପ୍ରଫେସର କୈଳାଶ ନାଥ ସ୍ୱାଇଁ ସଂଯୋଜନା କରିଥିଲେ l ଭଗବାନ ପଲାଇ ସମାଜର ଉପସ୍ଥିତ ଛାତ୍ରଛାତ୍ରୀ ବୃନ୍ଦଙ୍କୁ କେରିୟାର କାଉନ୍ସିଲିଙ୍ଗ ବିଷୟ ନେଇ ପରାମର୍ଶ ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ମାଟ୍ରିକ, ଯୁକ୍ତ ଦୁଇ ର ଶତାଧିକ କୃତୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିସହ ଅଞ୍ଚଳର ନିର୍ବାଚିତ ସରପଞ୍ଚ, ସମିତି ମେମ୍ବର, ଜିଲ୍ଲାପରିଷଦ ମେମ୍ବର ବୃନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ଏହି ସଭାରେ ପାଞ୍ଚଶହରୁ ଉର୍ଦ୍ଧ କର୍ମକର୍ତ୍ତା, ସମାଜ ଭାଇ ଓ ଭଉଣୀ ଯୋଗଦେଇଥିଲେ l ଶେଷରେ ରାଧେଶ୍ୟlମ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here