ଗୋଳନ୍ଥରା ପୋଲିସ କାବୁ କଲା ଜିଏସଟି ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ।ଗାଡି ଚାଳକ ସହ ୩ ଅଟକ। ପ୍ରାୟ ୩ କୋଟି ଟଙ୍କା ର ୪କିଲୋ ୬ଶହ ୬୪ଗ୍ରାମ ସୁନା ସହ ୧୮୫କିଲୋ ୫ଶହ ଗ୍ରାମ ରୂପା ଜବତ

0
173

ବ୍ରହ୍ମପୁର, ୦୨/୧୦/୨୦୨୨:
ଗୋଳନ୍ଥରା ପୋଲିସ କାବୁ କଲା ଜିଏସଟି ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ।ଗାଡି ଚାଳକ ସହ ୩ ଅଟକ।୪କିଲୋ ୬ଶହ ୬୪ଗ୍ରାମ ସୁନା ସହ ୧୮୫କିଲୋ ୫ଶହ ଗ୍ରାମ ରୂପା ଜବତ। ଜବତ ଅଳଙ୍କାର ର ଆନୁମାନିକ ମୂଲ୍ୟ ପ୍ରାୟ,୩କୋଟି ୧୦ ଲକ୍ଷ ହେବ ବୋଲି ସୂଚନା। ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଗର ଅଞ୍ଚଳକୁ ଆସୁଥିଲା ଏହି ସୁନା ଓ ରୂପା ଅଳଙ୍କାର I ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଥାନା ଆଗରେ ଧରିଲା ଗୋଳନ୍ଥରା ପୋଲିସ I ପୂର୍ବରୁ ଏହିପରି ଶହ ଶହ କିଲୋ ସୁନା ଓ ରୂପା ସହ କୋଟି କୋଟି ଟଙ୍କା ଜବତ କରିଛି ପୋଲିସ ଓ ଅବକାରି ଗୁଇନ୍ଦା ବିଭାଗ I ବ୍ରହ୍ମପୁର ସୁନା ବ୍ୟବସାୟୀଙ୍କ ନିକଟକୁ ଆସୁଛି ପ୍ରତିଦିନ ଏହିପରି ସୁନା ଓ ରୂପା ଅଳଙ୍କାର। ଗୋଳନ୍ଥରା ପୋଲିସ ପକ୍ଷରୁ ଆଜି ସକାଳେ ଗୋଳ ନ୍ଥରା ଥାନା କର୍ମଚାରୀ ମାନେ ବ୍ଲକିଂ କରୁଥିଲେ ଏବଂ ପୋଲିସ ଷ୍ଟେସନ ସମ୍ମୁଖରେ ଯାଞ୍ଚ କରୁଥିଲେ। ସେହି ସମୟରେ ଗୋଟିଏ କାର ଯାହାର ନଂ (କେଏ ୦୧ଏମଆର ୧୫୪୫)ସନ୍ଦେହଜନକ ଭାବେ ଦୃତଗତିରେ ଆସୁଥିବା ସମୟରେ ଏହାକୁ ଅଟକ ରଖାଯାଇ ଯାଞ୍ଚ ବେଳେ ଉକ୍ତ ଗାଡିରୁ କିଛି ଗୁପ୍ତ ଚାମ୍ବର ପଛ ସିଟ ରେ ଦେଖିବାକୁ ମିଳିଥିଲା।ଗୁପ୍ତ ଚାମ୍ବର ମଧ୍ୟରେ ବିପୁଳ ପରିମାଣର ରୂପା ଓ ସୁନା ଅଳଙ୍କାର ମିଳିଲା।ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, କର୍ଣ୍ଣାଟକରେ ପଞ୍ଜୀକୃତ ଚାରି ଚକିଆ ଯାନ ସହିତ ତାମିଲନାଡୁରୁ ଆସୁଥିଲା ସୁନା ଓ ରୂପା । ଆଗକୁ ପାର୍ବଣ ଋତୁ ଆରମ୍ଭ ଦଶହରା ଦୀପାବଳୀ ବ୍ରହ୍ମପୁର ବଜାରକୁ ବିତରଣ ପାଇଁ ଆସିଥିଲା ବୋଲି ଅନୁମାନ କରାଯାଉଛି। ଜବତ ହୋଇଥିବା ସାମଗ୍ରୀ ଗୁଡିକ ମଧ୍ୟରୁ ସୁନା ଚେଇନ୍, ରୂପାର ଗୋଡ଼ ପାଉଁଜୀ ଏବଂ ଅନ୍ୟାନ୍ୟ ସୁନା ରୂପା ଗହଣା ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି।

LEAVE A REPLY

Please enter your comment!
Please enter your name here