ଜିଲ୍ଲା ସ୍ତରୀୟ ୭୬ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

0
137

ଛତ୍ରପୁର, ୦୮/୦୮/୨୦୨୨: ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅନୁଷ୍ଠିତ କନିଷ୍ଠ ବର୍ଗ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାରେ କେ. ଅଙ୍କିତା ପାତ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ ସ୍ଥାନ, ଆଶୁତୋଷ ପଣ୍ଡା, ଅନସ୍ଲୋ ଶିକ୍ଷାନୁଷ୍ଠାନ ଓ ରିଙ୍କି ବସ୍ତରାୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ କଲେଜ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଲକ୍ଷ୍ମୀପ୍ରିୟା ପଲେଇ, କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବରିଷ୍ଠ ବର୍ଗ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାରେ କାଜଲ ସ୍ବାଇଁ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଚିସ୍ମିତା ସାହୁ, ମହିଳା ମହାବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାର ବିଚାରକ ଭାବେ ଗୁରୁ ଶ୍ରୀ ଗଣେଶ ପଟ୍ଟନାୟ, ଗୁରୁଶ୍ରୀ ମନୋଜ କୁମାର ପାଣିଗ୍ରାହୀ ସହଯୋଗ କରିଥିଲେ । ପ୍ରତିଯୋଗିତା ଆୟୋଜନରେ ଶ୍ୟାମଘନ ପାତ୍ର, ଏମ୍. ଶ୍ରାବନ୍ତୀ, ରବି ନାରାୟଣ ରାଉତରାୟ, ରାଜାକ୍ ହୋସେନ୍, ଭାଗ୍ୟଲକ୍ଷ୍ମୀ ପାତ୍ର, କିରଣ କୁମାର ପଲେଇ, ରାମମୂର୍ତ୍ତୀ ଆଚାରୀ, ପଦ୍ମ ଚରଣ ନାୟକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here