ଦେଶବାସୀଙ୍କୁ ସମ୍ବୋଧନ କଲେ ମୋଦି । କହିଲେ, ଲକଡାଉନ ହେଉ ଅନ୍ତିମ ବିକଳ୍ପ

0
451

ନୂଆଦିଲ୍ଲୀ,୨୦/୦୪/୨୦୨୧:କରୋନାର ଦ୍ଵିତୀୟ ଲହରରେ ଦେଶରେ ସ୍ଥିତି ସାଙ୍ଘାତିକ ଆଡକୁ ଗତି କରୁଛି। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନିଜ ଭ୍ୟାକସିନ ଉତ୍ପାଦନ କ୍ଷମତା ବଢାଇବାକୁ ଅପିଲ୍ କରିଛନ୍ତି, ଯଦ୍ଵାରା ଶୀଘ୍ର ଲୋକଙ୍କୁ ଟିକାକରଣ କରାଯାଇ ପାରିବ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ସ୍ଥିତି ନିୟନ୍ତ୍ରଣକୁ ଆସି ଯାଇଥିଲା। ହେଲେ ପୁଣି ଥରେ ଆମ ଆଗରେ ବଡ ସଙ୍କଟ ଆସିଛି। କରୋନା ବିପକ୍ଷରେ ଦେଶ ସଂପ୍ରତି ବଡ ଯୁଦ୍ଧ ଲଢୁଛି। କରୋନାର ଦ୍ଵିତୀୟ ଲହର ଝଡ ପରି ମାଡି ଆସିଛି। ମୁଁ ପ୍ରଥମେ ସମ୍ମୁଖରେ ରହି କରୋନା ଲଢେଇ ଲଢୁଥିବା ଡାକ୍ତର, ସ୍ଵାସ୍ଥ୍ୟକର୍ମୀ ଓ ପୋଲିସ ପ୍ରତି ନିଜର କୃତଜ୍ଞତା ଜଣାଇବା ସହ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ଲୋକେ ମହାମାରୀରେ ନିଜର ଲୋକଙ୍କୁ ହରାଇଛନ୍ତି, ମୁଁ ସେମାନଙ୍କ ପରିଜନ ପ୍ରତି ସମବେଦନା ଜ୍ଞାପନ କରୁଛି। ଏଥର ଚ୍ୟାଲେଞ୍ଜ ବଡ ରହିଛି ମାତ୍ର ମିଶିକି ନିଜର ସଂକଳ୍ପ ଏବଂ ଉତ୍ସାହର ସହ ଏହାର ସଫଳ ମୁକାବିଲା କରି ପାରିବା। କଠିନ ପରିସ୍ଥିତିରେ ଆମେ ଧୈର୍ଯ୍ୟ ହରାଇବା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ସେ କହିଛନ୍ତି ଯେ, ଗତ ଦିନରେ ଯେଉଁ ସବୁ ନିଷ୍ପତ୍ତି ନିଆଯାଇଛି, ସେଥିରେ ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସିବ। ଅକ୍ସିଜେନ୍ ସମସ୍ୟା ଦୂର କରିବା ପାଇଁ ଦ୍ରୁତ ଗତିରେ କାମ ଜାରି ରହିଛି। ଏଥିପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଘରୋଇ ସଂସ୍ଥା ସହ ମିଶି କି କାମ ଜାରି ରହିଛି।ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଫାର୍ମା ଇଣ୍ଡଷ୍ଟ୍ରୀ ସହ ବିସ୍ତାର ସହ ଆଲୋଚନା ହୋଇଛି। ଆମେ ସୌଭାଗ୍ୟଶାଳୀ ଯେ, ଆମ ଦେଶ ପାଖରେ ମଜବୁତ ଫାର୍ମା ସେକ୍ଟର ରହିଛି। ଆମେ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢାଇବା କାମକୁ ଜୋରଦାର କରୁଛୁ।

LEAVE A REPLY

Please enter your comment!
Please enter your name here