ପୁରୁଷୋତ୍ତମପୁରରେ ସ୍ବଳ୍ପ ସଞ୍ଚୟ ଅଭିକର୍ତ୍ତା ଙ୍କ ଶିବିର ଅନୁଷ୍ଠିତ

0
168

ଛତ୍ରପୁର, ୦୪/୦୮/୨୦୨୨: ଗଞ୍ଜାମ ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ବୁଧବାର ଦିନ ପୁରୁଷୋତ୍ତମପୁର ବ୍ଲକ୍ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ବଳ୍ପ ସଞ୍ଚୟ ଅଭିକର୍ତ୍ତା ମାନଙ୍କର ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଭାଗୀୟ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ହରିଚରଣ ମିଶ୍ର ପରିଚାଳନା କରିବା ସହ ସ୍ବଳ୍ପ ସଞ୍ଚୟର ଅଗ୍ରଗତି ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମ୍ବନ୍ଧୀୟ ବିଭିନ୍ନ ସରକାରୀ ବୀମା ଯୋଜନା ଉପରେ ଆଲୋକପାତ କରିଥିଲେ । ଗଞ୍ଜାମ ଜିଲ୍ଲାରେସ୍ବଳ୍ପ ସଞ୍ଚୟର ଲକ୍ଷ୍ୟଧାର୍ଯ୍ୟ କିପରି ପୂରଣ ହୋଇପାରିବ, ସମସ୍ତ ଅଭିବାର୍ତ୍ତା ମାନଙ୍କୁ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ । ଏହି ଶିବିରରେ ପୁରୁଷୋତ୍ତମପୁର, ପାଣ୍ଡିଆ, ପ୍ରତାପୁର ଏବଂ ବଡ ଖରିଡା ଉପ ଡାକଘରର ସମସ୍ତ ସ୍ବଳ୍ପ ସଞ୍ଚୟ ଅଭିକର୍ତ୍ତା ମାନେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉଦୟନାଥ ମହାନ୍ତି ସଭାପତି, ସ୍ବଳ୍ପ ସଞ୍ଚୟ ଅଭିକର୍ତ୍ତା ସଂଘ ବ୍ରହ୍ମପୁର, ବରିଷ୍ଠ ଅଭିକର୍ତ୍ତା ଚିନ୍ତାମଣୀ ଆଚାର୍ଯ୍ୟ, ରାଜେନ୍ଦ୍ର ପାଳ, ପ୍ରଶାନ୍ତ କୁମାର ପଣ୍ଡା ସମ୍ମାନୀତ ଅତିଥିରୂପେ ଯୋଗଦାନ କରି ଏକ ଆଲୋଚନା ଚକ୍ର ମାଧ୍ୟମରେ ଅଣ ବ୍ୟାଙ୍କିଙ୍ଗ ଓ ଚିଟଫଣ୍ଡ ସଂସ୍ଥା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ପୁରୁଷୋତ୍ତମପୁର ସ୍ବଳ୍ପ ସଞ୍ଚୟ ଅଭିକର୍ତ୍ତା ମଞ୍ଜଲତା ପଣ୍ଡା, ଜିତୁଙ୍କ ସହ ସମସ୍ତ ଅଭିକର୍ତ୍ତା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଶ୍ରୀ ମିଶ୍ର ଧନ୍ୟବାଦ ଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here