ଭାରତ ମହାସାଗରରେ ଚୀନର ଦାଦାଗିରିକୁ ଜବାବ ଦିଆଯିବ : କରମବୀର ସିଂହ

0
956

ଭାରତ ମହାସାଗରରେ ଚୀନ ନୌସେନାର ଦାଦାଗିରିକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ମୁଖ୍ୟ ଆଡମିରଲ କରମବୀର ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆଡମିରଲ କରମବୀର କହିଛନ୍ତି, ଏବେ ଭାରତୀୟ ସେନାକୁ ଚୀନକୁ ଜବାବ ଦେବାର ସମୟ ଆସିଛି । ସେ କହିଛନ୍ତି ଯେ, ଚୀନ ନିଜର ପିପୁଲ୍ସ ଲିବିରେଶନ ଆର୍ମି (ପିଏଲଏ)ର ଅନ୍ୟ ଶାଖାରୁ ପିଏଲଏ ନାଭିକୁ ବହୁ ଜିନିଷ ପଠାଇଛି ଏବଂ ଭାରତକୁ ଏଥି ପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ । ସୂଚନାଯୋଗ୍ୟ ବୁଧବାର ଚୀନର ମନ୍ତ୍ରାଳୟ ଦ୍ୱାରା ନିଜର ସେନା ଉନ୍ନୟନ ଉପରେ ‘ନୂତନ ଯୁଗରେ ଚୀନର ଜାତୀୟ ସୁରକ୍ଷା’ ଶୀର୍ଷକ ଶ୍ୱେତ ପତ୍ର ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ବର୍ଷ ୨୦୧୨ ରୁ ୨୦୧୭ ମଧ୍ୟରେ ଚୀନ ପ୍ରତିରକ୍ଷା କ୍ଷେତ୍ରରେ ୯.୪୨ ପ୍ରତିଶତ ବୃଦ୍ଧି କରିଛି ।

LEAVE A REPLY

Please enter your comment!
Please enter your name here