ଭିଜିଲାନ୍ସର ତୀକ୍ଷ୍ଣ ନଜରରେ ରଙ୍ଗେଇଲୁଣ୍ଡା ବ୍ଳକ ।ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ତଦନ୍ତର ମୂଳଦୁଆ

0
285

ବ୍ରହ୍ମପୁର,୦୮/୦୮/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଳକରେ ଗତ ଆର୍ଥିକ ବର୍ଷ ମାନଙ୍କରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା, ଅବ୍ୟବସ୍ଥା ଓ ଆତ୍ମସାତ ହୋଇଥିବାର ଖବର ବିଭିନ୍ନ ଖବରକାଗଜରେ ପ୍ରକାଶିତ ଲେଖା ଓ ବିଶ୍ବମ୍ବର ପାତ୍ରଙ୍କ ଅଭିଯୋଗ ଆଧାରରେ ଗତ ୪ ତାରିଖ ଦିନ ଜିଲ୍ଲାପାଳ ଗଞ୍ଜାମଙ୍କ ନିର୍ଦ୍ଦେଶନାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଓମ୍ବୁଡସମ୍ୟାନ୍ ବ୍ଳକ କାର୍ଯ୍ୟାଳୟକୁ ଆସି ଅଭିଯୋଗକାରୀ ବିଶ୍ବମ୍ବର ପାତ୍ରଙ୍କ ସହ ଆଲୋଚନା ଓ ବିଚାର ବିମର୍ଶ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ତଥ୍ୟ ବ୍ଳକ ତରଫରୁ ହସ୍ତଗତ ହୋଇଛି । ସୂଚନାଯୋଗ୍ୟ, ଶ୍ରୀ ପାତ୍ର ଏକ ଜଣିଆ ତଦନ୍ତକୁ ବିରୋଧ କରି ପ୍ରତିରୋଧ ପତ୍ର ପ୍ରଦାନ କରିଛନ୍ତି ଓ ସିଏ ଜିଲ୍ଲା ସ୍ତରିୟ ତଦନ୍ତ କମିଟି ଗଠନ କରି ବ୍ଳକରେ ମନେରଗା ଯୋଜନାରେ ହୋଇଥିବା ସମସ୍ତ କାର୍ଯ୍ୟର ଟିକିନିଖି ତଦନ୍ତ କରାଯିବା ସହିତ ପ୍ରକୃତ ଦୋଷୀ କର୍ମଚାରୀ ବା ଅପରାଧୀମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡାଦେଶ କରିବାକୁ ଦାବି କରିଛନ୍ତି । ଉକ୍ତ ପ୍ରତିରୋଧ ପତ୍ରରେ ଅନ୍ୟ ଦୁଇଟି ଅଭିଯୋଗ ଯଥା ମନେରଗା ଯୋଜନାରେ ଜମି ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଜମି ଥିବା ଲୋକ ବଦଳରେ ଜମି ନଥିବା ଲୋକଙ୍କୁ ଅଧିକ ଗୁରୁତ୍ବ ଦେଇ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ବାଟମାରଣା ଓ ମନେରଗା ଯୋଜନାରେ ମେଟେରିଏଲ୍ କଷ୍ଟ୍ ବ୍ଳକ କର୍ମଚାରୀଙ୍କ ପରିବାର, କୁଟୁମ୍ବ ଓ ବନ୍ଧୁ ବାନ୍ଧବଙ୍କ ନାମରେ ଭେଣ୍ଡର୍ ନିୟୋଜିତ କରି ଓ ସେମାନଙ୍କ ବ୍ୟାଙ୍କ୍ ଖାତା ମାଧ୍ୟମରେ ଅର୍ଥ ପଇଠ କରି ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ଓ ଆତ୍ମସାତ ର ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ କରିବା ନେଇ ଦାବି କରିଛନ୍ତି।ସାଧାରଣରେ ଚର୍ଚ୍ଚାଯେ, ତୃଣମୂଳ ସ୍ତରର କାର୍ଯ୍ୟ କରୁଥିବା କିଛି ଜଣାଶୁଣା କରିତ୍ କର୍ମା ଜେଇ, ଗ୍ରାମସେବକ ଓ ଜିଆରଏସ୍ ମାନେ ଏହି ବ୍ଳକରେ ଦୀର୍ଘ ବର୍ଷ ହେଲା ଆସ୍ଥାନ ଜମେଇ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତାରେ ଲିପ୍ତ ରହି ସରକାରୀ ଟଙ୍କା ଆତ୍ମସାତ କରିଚାଲିଛନ୍ତି ଓ ସେମାନଙ୍କ ପାଇଁ ପୁରା ବ୍ଳକ ପ୍ରଶାସନ ନିନ୍ଦିତ ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିରେ ଆଞ୍ଚ୍ ଆସିବା ସହିତ ମୂଖ୍ୟମନ୍ତ୍ରୀଙ୍କ ଓଏସଡି ତୃଣମୂଳ ସ୍ତରରେ ନିନ୍ଦିତ ହେଉଛନ୍ତି ।
ତେଣୁ ସାଧାରଣରେ ଦାବି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ବଜାୟ ରଖିବାକୁ ହେଲେ, ମୋ ସରକାର ଓ ୫-ଟି ଆଧାରରେ ଦୋଷୀ କର୍ମଚାରୀଙ୍କୁ ତୁରନ୍ତ ଜିଲ୍ଲା ବାହାରକୁ ବଦଳି କରାଯାଇ କୋୖଣସି ପ୍ରକାର ପ୍ରଭାବିତ ନହୋଇ ନିରପେକ୍ଷ ତଦନ୍ତ କରାଯିବା ଏବଂ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଆଇନଗତ ଦଣ୍ଡ ବିଧାନ କରାଯିବା ସହ ବ୍ଳକର ପୂର୍ବ ଗୌରବ ଓ ଗାରିମା ଫେରାଇ ଆଣିବା ପାଇଁ ସାଧାରଣ ରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here