ମହଙ୍ଗା ହେଲା ଜିଓ (Jio)ପ୍ଲାନ, ଡିସେମ୍ବର ୧ ରୁ ହେବ ଲାଗୁ

0
1029

ମୁମ୍ବାଇ,୨୮/୧୧/୨୦୨୧:ଏୟାରଟେଲ୍‌ ଓ ଭୋଡାଫୋନ୍ ନିଜ ମୋବାଇଲ୍‌ ପ୍ଲାନଗୁଡ଼ିକୁ ମହଙ୍ଗା କରିବା ପରେ ଏବେ ଜିଓ (Jio) ମଧ୍ୟ ନିଜ ପ୍ଲାନଗୁଡ଼ିକୁ ମହଙ୍ଗା କରିଛି । କମ୍ପାନୀର ନୂଆ ଯୋଜନା ଗୁଡିକ ଡିସେମ୍ବର ୧, ୨୦୨୧ରୁ କାର୍ଯ୍ୟକାରୀ ହେବ । ଏହି ନୂଆ ପ୍ଲାନ୍‌ ଅନୁସାରେ ଜିଓର ସବୁଠାରୁ ଲୋକପ୍ରିୟ ୫୫୫ ଟଙ୍କା ଯୋଜନା ଏଣିକି ୬୬୬ ଟଙ୍କାରେ ମିଳିବାକୁ ଥିବା ବେଳେ ୫୯୯ ଟଙ୍କାର ପ୍ଲାନ୍‌ ବର୍ତ୍ତମାନ ୭୧୯ ଟଙ୍କାରେ ଉପଲବ୍ଧ ହେବ ।ଜିଓର ଉଭୟ ୫୫୫ ଟଙ୍କା ଓ ୫୯୯ ଟଙ୍କାର ପ୍ଲାନର ବୈଧତା ପୂର୍ବ ପରି ୮୪ ଦିନ ପାଇଁ ରହିବ । ଏହା ବ୍ୟତୀତ ଜିଓ ନିଜର ଅନ୍ୟ ସବୁ ଯୋଜନାର ଦରକୁ ସଂଶୋଧନ କରିଛି । ଏହି ସଂଶୋଧନ ଅନୁସାରେ ଜିଓର ୭୫ ଟଙ୍କାର ଯୋଜନା ଏବେ ୯୧ ଟଙ୍କା ହୋଇଛି, ଯେଉଁଥିରେ ୨୯ ଦିନର ବୈଧତା ଉପଲବ୍ଧ ରହିବ । ଏହି ଯୋଜନାରେ ଅସୀମିତ ଭଏସ୍ କଲ୍‌ ଓ ୫୦ଟି ଏସ.ଏମ.ଏସ ସହିତ ପ୍ରତି ମାସ ୩ ଜିବି ଡାଟା ଉପଲବ୍ଧ ହେବ ।ଜିଓର ଯେଉଁ ପ୍ଲାନ୍‌ କିଣିବାକୁ ପୂର୍ବରୁ ୧୨୯ ଟଙ୍କା ଲାଗୁଥିଲା, ଆପଣଙ୍କୁ ଏବେ ତା’ ପାଇଁ ୧୫୫ ଟଙ୍କା ଦେବାକୁ ପଡି଼ବ । ଏଥିରେ ପ୍ରତି ମାସ ୨ଜିବି ଡାଟା, ଅସୀମିତ ଭଏସ୍ କଲ୍ ଓ ୩୦୦ଏସ.ଏମ.ଏସ ଉପଲବ୍ଧ ହେବ । ସେହିଭଳି ୧୪୯ ଟଙ୍କାର ପ୍ଲାନ୍‌ ପାଇଁ ଆପଣଙ୍କୁ ଏଣିକି ୧୭୯ ଟଙ୍କା ଦେବାକୁ ପଡିବ, ଯାହା ଦିନକୁ ୧ ଜିବି ଡାଟା, ଅସୀମିତ ଭଏସ୍‌ କଲ୍‌ ଓ ୨୪ ଦିନର ବୈଧତା ସହିତ ପ୍ରତି ଦିନ ୧୦୦ଟି ଏସ୍‌.ଏମ୍‌.ଏସ୍‌. ସୁବିଧା ଦେଇଥାଏ ।

LEAVE A REPLY

Please enter your comment!
Please enter your name here