ସି ଆର ପି ଏଫ୍ ଯବାନଙ୍କ ମୃତ୍ୟୁ । ଗାଁ ରେ ଶୋକାକୁଳ ପରିବେଶ ।

0
863

ପାତ୍ରପୁର,୨୯/୧୧/୨୦୨୧: ପାତ୍ରପୁର ବ୍ଳକ ପଦାଦିଗି ପଞ୍ଚାୟତ ଅନ୍ତର୍ଗତ ନୁଆପେଣ୍ଠ ଗ୍ରାମର ସି ଆର ପି ଏଫ୍ ଯବାନ ସୁନୀଲ ନାୟକଙ୍କ ମୃତ୍ୟୁ ଘଟିଛି । ସେ ହାଇଦ୍ରାବାଦର ଓମେଗା ମେଡିକାଲରେ ଚିକିତ୍ସିତ ହଉଥିବା ବେଳେ ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ସେ ଛତିଶଗଡ଼ ଠାରେ ୧୬୮ ବାଟାଲିୟନ ରେ କାର୍ଯ୍ୟରତ ଥିବାବେଳେ ଏକ ବର୍ଷ ହେବ ସେ କ୍ୟାନସର ରେ ପୀଡ଼ିତ ଥିଲେ । ପରିବାରରେ ତାଙ୍କ ସ୍ତ୍ରୀ ସହ ଗୋଟିଏ ପୁଅ ଓ ଗୋଟିଏ ଝଅ ଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ଗ୍ରାମରେ ଶୋକ ର ଛାୟା ଖେଳି ଯାଇଥିଲା । ଆଜି ତାଙ୍କ ଭୌତିକ ଶରୀରକୁ ନିଜ ବାସ ଭବନ କୁ ଅଣାଯାଇ ଥିଲା।ସେଠାରେ ରାଷ୍ଟିୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସଂପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here