ସେରା ସପ୍ତାହରେ ଭିଡିଓ କନଫରେନ୍ସ ମାଧ୍ୟମରେ ଜନସାଧରଣଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0
438

ବ୍ରହ୍ମପୁର,୦୫/୦୩/୨୦୨୧(ହିମାଶୁଂ ଶେଖର ସାବତ)ବ୍ରହ୍ମପୁର ଟାଉନ ହଲ୍ ସ୍ଥିତ ପିଭିଏନ ରାଓ ପେଟ୍ରୋଲ ପମ୍ପ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଜନସାଧରଣଙ୍କୁ ସମ୍ବୋଧିତ କରିଛନ୍ତି। ମାର୍ଚ୍ଚ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ମଧ୍ୟରେ ସେରା ସପ୍ତାହ ଆୟୋଜନ ହୋଇ ଆସୁଥିଲା। ତେବେ ଏନର୍ଜୀ ରିସର୍ଚ୍ଚ ଅସୋସିଏନ୍ସ ସପ୍ତାହ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୌଷୟିକ ଶକ୍ତି ଏବଂ ପରିବେଶ ନେତ୍ତୃତ୍ୱ ପୁରସ୍କାର ଗ୍ରହଣ କରିବା ସହ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ। ୧୯୮୩ ମସିହାରୁ ପ୍ରତିବର୍ଷ ମାର୍ଚ୍ଚରେ ଏହା ହଷ୍ଟନ ରେ ଅୟୋଜିତ ହୋଇ ଆସୁଛି। ଏହାକୁ ବିଶ୍ୱର ଏକ ସମ୍ମାନ ଜନକ ବାର୍ଷିକ ଶକ୍ତି ପ୍ଲାଟଫୋର୍ମ ଭାବରେ ଗଣାଯାଉଛି। ଡ଼. ଡାନିଏଲ ୟର୍ଗିନଙ୍କ ଦ୍ଵାରା ୧୯୮୩ରେ ଏହି ସେରା ସପ୍ତାହ ପ୍ରତିଷ୍ଠା ହୋଇଥିଲା। ସେରା ସପ୍ତାହ ବୌଷୟିକ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର ୨୦୧୬ ରେ ପ୍ରତିଷ୍ଠା ହୋଇଥିଲା। ଏହା ବିଶ୍ୱର ଶକ୍ତି ଏବଂ ପରିବେଶ କ୍ଷେତ୍ରରେ ନେତୃତ୍ୱର ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇଥାଏ। ଏଥିସହ ଶକ୍ତି ଏବଂ ପରିବେଶ ପରିଚାଳନା ପାଇଁ ସମାଧାନ ତଥା ନୀତି ପ୍ରଦାନ କରିଥାଏ। ବ୍ରହ୍ମପୁର ଠାରେ ଆୟୋଜିତ ଏହି ଭିଡିଓ କନ୍ଫରେନ୍ସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ବିଜେପି ସଭାପତି ବିଭୁତି ଭୂଷଣ ଜେନା,ବରିଷ୍ଠ ବିଜେପି ନେତା କାହ୍ନୁ ପତି,ମନୋଜ ପଟ୍ଟନାୟକ, ବିନୋଦ ଚନ୍ଦ୍ର ମିଶ୍ର,ନମିତା ରାଣୀ ପଣ୍ଡା, ପ୍ରଦୀପ ମିଶ୍ର,ପ୍ରଭାତ ଷଡଙ୍ଗୀ, ଏନ. ରାଜେନ୍ଦ୍ର କୁମାର,ବାଳକୃଷ୍ଣ ସମନ୍ତରା,ଗୋପୀନାଥ ପଣ୍ଡା ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ଜନସାଧରଣ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here