ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ’ ପକ୍ଷରୁ ଖାଦ୍ୟସାମଗ୍ରୀ ପ୍ରଦାନ ।

0
244

ବ୍ରହ୍ମପୁର,୦୯/୦୮/୨୦୨୨ ( ଟୁକୁନା ପ୍ରଧାନ) ବ୍ରହ୍ମପୁର ଆଜି ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଧନଞ୍ଜୟପୁର ଗ୍ରାମ ର ଜନ୍ମ ରୁ ଦୃଷ୍ଟି ଶକ୍ତି ହରାଇଥିବା ବାସନ୍ତୀ ପଣ୍ଡା ଙ୍କୁ ସାହାଯ୍ୟ ର ହାତ ବଢ଼ାଇଛି ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ବିପଦର ବନ୍ଧୁ ସଂଗଠନ’ । ବାସନ୍ତୀ ଙ୍କ ନିଜର ବୋଲି କେହିନାହାନ୍ତି। ତାଙ୍କୁ ଆଜି ବିପଦର ବନ୍ଧୁ ସଂଗଠନ ପକ୍ଷରୁ ଖାଦ୍ୟ ସାମଗ୍ରୀ ଦିଆଗଲା । ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ଵେଚ୍ଛାସେବୀ ଗୋପବନ୍ଧୁ ଆଚାରୀ, ବିଶ୍ଵାମିତ୍ର ତ୍ରିପାଠୀ ,ଗୌରହରି ପୋଲାଈ ସମେତ ଅନ୍ୟମାନେ ଯୋଗଦେଇଥିଲେ l ଏହି ସମସ୍ତ ଖାଦ୍ୟ ସାମଗ୍ରୀ ବିଶ୍ଵାମିତ୍ର ଭାଇ, ଗୋପବନ୍ଧୁ ଭାଇ ଓ ସୋମେଶ ଭାଇ ସଂଗଠନ ମାଧ୍ୟମରେ ନିଜେ ଉପସ୍ଥିତ ରହି ପ୍ରଦାନ କରିଛନ୍ତି । ଏନେଇ ବରିଷ୍ଠ ରାଜନେତା ତଥା ସାହିତ୍ୟିକ ଏବଂ ସମାଜସେବୀ ମହେଶ୍ଵର ବରାଡ଼ ବିପଦର ବନ୍ଧୁ ଅନୁଷ୍ଠାନ କୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here