
ଜାନୁଆରୀ ୨୦୧୯ରୁ କେନ୍ଦ୍ରୀୟ କର୍ମଚାରୀମାନେ ଡିଏ ବାବଦରେ ୧୨% ଅର୍ଥ ପାଉଛନ୍ତି। ଏବେ ବର୍ଷର ଦ୍ୱିତୀୟ ଭାଗରେ ସେମାନଙ୍କ ଡିଏ ଆଉ ୫% ବୃଦ୍ଧି ପାଇବ ବୋଲି ସେମାନେ ଆଶା କରୁଛନ୍ତି।
ପୂର୍ବରୁ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଡିଏ ହାର ବୃଦ୍ଧି ସମ୍ପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଥିଲା। କିନ୍ତୁ ଏବେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ହିଁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ଖୁସି କରିବା ଭଳି କିଛି ଘୋଷଣା କରିବେ। ଯଦି କେନ୍ଦ୍ର ସରକାର ୫% ଡିଏ ବୃଦ୍ଧି କରନ୍ତି, ତା’ହେଲେ ୧୮ ହଜାର ଟଙ୍କା ଦରମା ପାଉଥିବା କର୍ମଚାରୀଙ୍କ ଦରମାରେ ଆଉ ୯୦୦ ଟଙ୍କା ଯୋଡ଼ି ହେବ।