ବ୍ରହ୍ମପୁର, ୧/୯/୧୯; ଆଜି ପ୍ରେମ ନଗର ସ୍ଥିତ ଜାଭିଅର ସ୍କୁଲ ପ୍ରଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ଯ ଶିବିର ଅନୁଷ୍ଠିତ ହୋଇଥିଲା। ଏଥି ରେ ଡାକ୍ତର ନକୁଳ ସାହୁ ୪୭ ଜଣ ରୋଗୀ ଙ୍କ ସ୍ବାସ୍ଥ୍ଯ ପରିକ୍ଷା କରି ଚିକିତ୍ସା ପରାମର୍ଶ ଦେଇଥିଲେ। ଡାବର କଂପାନୀ ପ୍ରତିନିଧି ରକ୍ତ ପରିକ୍ଷା କରିଥିଲେ। ଶିବିର ପରିଚାଳନା ରେ ହରିଓଁ ମର୍ଣିଓ୍ବାକ କ୍ଳବ ର ସଭ୍ଯ ମାନେ ପ୍ରସନ୍ନ କୁମାର ଦାସ, ଏ. ରାଧାରମଣ, ଗଣପତି ବେହେରା, ଚନ୍ଦ୍ରନ ରଣା ସହଯୋଗ କରିଥିଲେ। ଏହି ଶିବିର ପ୍ରତ୍ୟେକ ମାସ ପ୍ରଥମ ରବିବାର ଦିନ ଅନୁଷ୍ଠିତ ହେଉଛି।