ଜିଲ୍ଲା ସ୍ତରୀୟ ସମନ୍ବୟ ବୈଠକର

0
214

ପାରଳାଖେମୁଣ୍ଡି 7/9- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ଅଗଷ୍ଟ ୧୭ ତାରିଖରେ ରାଜ୍ୟ ସରକାର ପ୍ରଦାନ କରିଥିବା ନିଦ୍ଧେଶନାମା ଅନୁଯାୟୀ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ମିଳିତ ଭାବେ କାମ କରିବା ଉପରେ ଗୁରୁତ୍ବରୋପ କରାଯାଇଥିଲା। ଏହି ୨ ବିଭାଗ କର୍ମକର୍ତ୍ତା ମାନେ ଏକାଠି ହୋଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବିକାଶ ପାଇଁ କାମ କରିବାର ପରାମର୍ଶ ଦେଇଥିଲେ। ଯଶୋବନ୍ତି ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ବେଳେ ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ ଓ ଓଡ଼ିଶା ଜୀବିକା ମିଶନର ସଂଯୋଜକ ପ୍ରାରମ୍ଭିକ ବିଷୟ ଉପସ୍ଥିତ କର୍ମଚାରୀ କିଭଳି ଏହି କାର୍ଯ୍ୟକାରି କରାଯିବ ସେ ସମ୍ପର୍କରେ ବୁଝାଇ ଥିଲେ। ଏଥିରେ ଉଭୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here