ଦୁଇ ଲୁଟେରା ଗିରଫ, ମୋଟରସାଇକେଲ ଜବତ

0
1096

ବ୍ରହ୍ମପୁର, ୧୧/୯- ଆଜି ବଡ ବଜାର ଥାନା ପୋଲିସ ୨ ଲୁଟେରା ଙ୍କୁ ଗିରଫ କରିଛି। ୨ ଲୁଟେରା ହେଲେ ପାଣିଗ୍ରାହୀ ପେଣ୍ଠ ସାହି ର କାହ୍ନା ସେଠୀ ଓ ଆଙ୍କୁଶପୁରୁ ଅଂଚଳ ର ସୁରେଶ ବେହେରା। ଉଭୟ ଲୁଟେରା ଗତ ୨୬ ତାରିଖ ଦିନ ପ୍ରେମ ନଗର -୭ମ ଲାଇନ ର , କେ. ସତ୍ଯ ନାରାୟଣ ପାତ୍ର ଙ୍କୁ ଲଙ୍କା ଗୁଣ୍ଡ ଫୋପାଡି ହ୍ୟାଣ୍ଡ ବ୍ୟାଗ ଟି କୁ ଲୁଟି ନେଇଥିଲେ। ଏ ନେଇ ବଡ ବଜାର ଥାନା ରେ କେଶ ନଂ-୧୩୯/୧୯ ଧାରା ୩୯୪ ରେ ମାମଲା ରୁଜୁ ହୋଇଥିଲା। ଆଜି ଉଭୟ ଲୁଟେରା ଙ୍କୁ ଗିରଫ କରାଯିବା ସହ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here