ହିଞ୍ଜିଳିକାଟୁ-୧୭/୯ (ନିପ୍ର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ଜନ୍ମ ଦିବସ ଅବସରରେ ହିଞ୍ଜିଳିକାଟୁ ସହରରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ପାଟଣା ସାହି ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରାମୟ ଓ ଦୀର୍ଘଜୀବନ କାମନା କରି ଦୀପ ଦାନ କରାଯାଇଥିଲା। ଏହା ପରେ ମନ୍ଦିର ପରିସର ଏବଂ ମଡେଲ ପାଟଣା ସାହି ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନଗର ବିଜେପି ସଭାପତି ମାଧବ ଗୌଡ଼, ଉପସଭାପତି ତଥା ସଦସ୍ୟତା ଅଭିଯାନ ସଂଯୋଜକ ଆକାଶ ପଟ୍ଟନାୟକ, ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା, ଯୁବ ସମାଜସେବୀ ଆଲୋକ କୁମାର ନାୟକ, ଶିକ୍ଷାବିତ ପ୍ରବୀଣ କୁମାର ସେଠୀ, ବିଷ୍ଣୁ ପ୍ରସାଦ ଖାଡଙ୍ଗା, ସନ୍ତୋଷ କୁମାର ପାଣିଗ୍ରାହୀ, ନେହେରୁ ଯୁବା କେନ୍ଦ୍ରର ବିକାଶ ମହାପାତ୍ର, ପ୍ରମୋଦ ସାହୁ, କିରଣ ପଣ୍ଡା, ଆକାଶ ଗୌଡ଼, କୃପାସିନ୍ଧୁ ନାହାକ, ଋତୁ ପ୍ରଧାନ, ଗାୟତ୍ରୀ ସେଠୀ, ପ୍ରିୟଙ୍କା ସାହୁ, ମୋହିନୀ ସାହୁ, ଜଗଦୀଶ ସ୍ୱାଇଁ ପ୍ରମୂଖଙ୍କ ସମେତ ଅନେକ ସ୍ବେଛାସେବୀ ଓ ଯୁବକ ଉପସ୍ଥିତ ଥିଲେ।
ରିପୋର୍ଟ: ପ୍ରିୟ ବ୍ରତ ପଣ୍ଡା