ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି

0
197

ବ୍ରହ୍ମପୁର, ୨୩/୯/୧୯;ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହୋଇଯାଇଛି। ଆଜି ମୋଟ ୭୧ ଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ସମସ୍ୟା ୬ଟି ଓ ଗ୍ରାମଭିତ୍ତିକ ସମସ୍ୟା ୨ଟି ଅନ୍ତର୍ଗତ ଥିବା ବେଳେ,୫୮ ଟି ଅଭିଯୋଗ ର ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛ। ୫ ଜଣ ଙ୍କୁ ଜିଲ୍ଲା ରେଡକ୍ରସ ପକ୍ଷ ରୁ ୫୭ ହଜାର ଟଙ୍କା ସାହାଯ୍ୟ କରାଯାଇଥିଲା।ଏଥି ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଥୋଡ,ଆରକ୍ଷୀ ଅଧିୀକକ୍ଷ ପିନାକ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ସମେତ ଉପଖଣ୍ଡ ସ୍ତରୀୟ ସମସ୍ତ ତହସିଲଦାର, ବିଡିଓ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here