ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷ ରୁ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0
181

 

ବ୍ରହ୍ମପୁର,୨୭ା୯
ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ରାଜ୍ୟ ସରକାର ନିଜ ନାମରେ ପ୍ରଣୟନ କରି କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆଣିଛି ଗଞ୍ଜାମ ଜିଲ୍ଲା ବିଜେପି । ପକ୍କା ଘର ନିର୍ମାଣ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଚଳିତ କରିଥିବା ବେଳେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା ଅଥବା ମୋ ଆବାସ ଯୋଜନାରେ ନାମିତ କରି କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏଭଳି କାର୍ଯ୍ୟ ସଂଘୀୟ ବ୍ୟବସ୍ଥାକୁ ବିରୋଧାଚରଣ କରୁଥିବା ଅଭିଯୋଗ ଆଣି ରାଜ୍ୟ ବିଜେପିର ଡକରା କ୍ରମେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୂର୍ବରୁ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ଛକ ଠାରେ ସମସ୍ତ ଦଳୀୟ କର୍ମୀ ସମବେତ ହେବା ପରେ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତି, ଭୂର୍ଗୂ ବକ୍ସିପାତ୍ର,କାମନା ପଢୀ, ଶିବ ଅଧିକାରୀ,ନିରଞନ ପାଣିଗ୍ରାହୀ,ପ୍ରଦିପ ମିଶ୍ର, ବିଜୟ ପଣ୍ଡା, ସୁବାସିନି ପଟ୍ଟନାୟକ ସମେତ ବହୁ ଦଳୀୟ ନେତା, କାର୍ଯ୍ୟକତ୍ତା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ପରେ ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଥୋଡ ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here