ଦିଗପହଣ୍ଡି – :୩୦/୯(ନିପ୍ର) ଚାଷୀ ନିଜ ଜୀବନ କୁ ବାଜି ଲଗାଇ ଅହରହ ଚାଷ ଜମି ରେ କସରତ କରି ସାରା ମାନବ ସମାଜ କୁ ଖାଦ୍ୟ ଯୋଗାଇ ଆସୁଅଛି। ଚାଷ ଜମିରେ ଚାଷ କଲା ବେଳେ ଅତ୍ୟାଧୁନିକ ଯନ୍ତ୍ରାଶ ବ୍ୟବହାର କରି ଚାଷ ଜମିକୁ ଆଗଉ ଥିବା ବେଳେ ସମୟ ସମୟ ରେ ଯନ୍ତ୍ରାଶ ଦ୍ୱାରା ଦୂର୍ଘଟଣା ର ଶିକାର ହୋଇ ଥାଏ । ଏହା ଛଡ଼ା ପ୍ରାକୃତିକ ଦୁର୍ବିପାକ, ବିଷାକ୍ତ ସର୍ପ ର ଆଘାତ ଆଦି କଷ୍ଟ ସହି ବେଳେ ବେଳେ ଜୀବନ ହାରି ଥାଏ । ଏହା ଛଡ଼ା ନିଜ ଜମି ପାଇଁ ବ୍ୟବହୃତ ବୈଦୁତିକ ଉପକରଣ ଏବଂ ବିଦ୍ୟୂତ୍ ସଂଯୋଗ ଦ୍ୱାରା ଅସାବଧାନ ବଶତଃ ର ଶିକାର ହୋଇ ଥାଏ । ଏ ସବୁକୁ ଧ୍ୟାନ ଦେଇ ଉପଯୁକ୍ତ ତାଲିମ ପାଇ କୃଷି କର୍ମଣ କଲେ ତଥା ରାସାୟନିକ ପ୍ରୟୋଗ ଓ କୀଟ ନାଶକ ପ୍ରତି ସାବଧାନତା ଅବଲମ୍ବନ କରି କୃଷି କର୍ମଣ କରିବା ପାଇଁ ଆଜି ଦିଗପହଣ୍ଡି ବ୍ଲକ୍ ଜକର ପଞ୍ଚାୟତ ରେ ଏନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ତାଲିମ ଶିବିର ରେ କୃଷି ଅଧିକାରୀ ପଦର ବିନ୍ଧୁ ସାହୁ ,ଅଧକ୍ଷତା ରେ ହୋଇ ଥିବା ବେଳେ ଆବାହକ ଶ୍ରୀ ଚୈତନ୍ୟ ପ୍ରଧାନ ଯୋଗ ଦେଇ କାର୍ଯ୍ୟ କ୍ରମ କୁ ଆଗେଇ ଥିଲେ । ଏଥି ସହିତ ଜିଲ୍ଲା କୃଷି ଅଧିକାରୀ ଭାସ୍କର ପାଢ଼ୀ, ପିପିଓ ଦେବବତୀ ପାଢ଼ୀ, ଦିପ୍ତିମୟୀ ବେହେରା ,ସସ୍ମିତା କାର୍ଜି,କୃଷକ ସାଥୀ ଜୁର ବିଷୋୟୀ , ରାମେଶ୍ୱର ପାଣିଗ୍ରାହି , ଗ୍ରାମ ସାଥୀ ତ୍ରିନାଥ ପ୍ରଧାନ ଆଦି ପ୍ରମୁଖ ବ୍ୟକ୍ତି ଯୋଗ ଦେଇ ଥିଲେ ।
ରିପୋର୍ଟ ରବିକୁମାରଶର୍ମା