ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଆଇନ ସଚେତନତା ଓ ସ୍ବାସ୍ଥ୍ଯ ପରିକ୍ଷା ଶିବିର

0
187

ବ୍ରହ୍ମପୁର, ୦୧/୧୦- ଗଞ୍ଜାମ ଜିଲ୍ଲା ଆଇନ ପ୍ରାଧୀକରଣ ଦ୍ବାରା ବରିଷ୍ଠ ନାଗରିକ ଦିବସ ଅବସରରେ ଗୋପାଳପୁର ସ୍ଥିତ ଜରାନିବାସ ଠାରେ ଆଇନ ସଚେତନତା ଶିବିର ସହ ସ୍ବାସ୍ଥ୍ଯ ପରିକ୍ଷା ଶିବିର ଅୟୋଜନ ହୋଇଥିଲା। ପ୍ରାଧୀକରଣ ସଚିବ ଶ୍ରୀ ବିଜୟ କୁମାର ଦାସଙ୍କ ସହ ଅତିରିକ୍ତ ଦୌରାଜଜ୍ ଶ୍ରୀ ଜନ୍ମେଜୟ ଦାସ, ସିଭିଲ୍ ଜଜ୍ ଶ୍ରୀଦୀପ ମିଶ୍ର ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଡାକ୍ତର ସୁମନ୍ତ ଟପ୍ନୋ, ଡାକ୍ତର ନଳିନୀ କାନ୍ତ ପାଣିଗ୍ରାହୀ, ପ୍ରଦୀପ କୁମାର ବେହେରା, ଡାକ୍ତର ମିନାକ୍ଷୀ ଦେବୀ ପ୍ରମୂଖ ଉପସ୍ଥିତ ଥିଲେ। ପ୍ରାଧୀକରଣ କାର୍ଯ୍ୟାଳୟ ର ବରିଷ୍ଠ ନାଗରିକ ମାନଙ୍କ ପ୍ରତି ଥିବା ଦାୟିତ୍ୱ ଓ ସରକାର ଙ୍କ ବିଭିନ୍ନ ଯୋଜନା ସଂପର୍କ ରେ ବିବରଣୀ ପ୍ରଦାନ କରାଯିବା ସହ ଏହାକୁ ଉପଲବ୍ଧ କରାଯିବାର ପ୍ରାଧୀକରଣ ସର୍ବଦା ଚେଷ୍ଟା ଥିବା ବିଷୟ ସେମାନଙ୍କୁ ଅବଗତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here