ଆରଟିଓ ଏବଂ ଡାକ୍ତରଖାନରୁ ୩ ଦଲାଲ ଗିରଫ

0
196

ପାରଳାଖେମୁଣ୍ଡି – ଡାକ୍ତରଖାନା ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦଲାଲ ମାନେଙ୍କୁ ଗିରଫ ଦାବି ଆରମ୍ଭ ହୋଇଛି। ଆଜି ଗଜପତି ପୋଲିସ ପକ୍ଷରୁ ଚଢାଉ କରାଯାଇ ସ୍ଥାନୀୟ ଡାକ୍ତରଖାନାରୁ ଜଣେ ଦଲାଲ ଗିରଫ କରାଯାଇଥିବା ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ସେରଙ୍ଗ ଥାନା ଅନ୍ତର୍ଗତ ଅନୁବୁଡି ଗ୍ରାମର ଜୁନେଶ ଶବର , ସୁରମାଙ୍କି ଗ୍ରାମର ମେରୁ କାଜୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପାରଳାଖେମୁଣ୍ଡି ସହର କେବିଟି ସାହିର ନାଲି ରାଜୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଧାରା ୪୨୯,୪୨୦,୩୮୪ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here