ପାରଳାଖେମୁଣ୍ଡି ,୦୨/୧୦ — ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସକାଳ ୭ ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟଳୟ ପରିସରରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେଙ୍କ ଦ୍ଵାରା ଏକ ସାଇକେଲ ଶୋଭାଯାତ୍ରା ବାହାରି ପ୍ଳାଷ୍ଟିକ ମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ଜନ ସଚେତନତା କରାଇଥିଲେ। ଏହି ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ଅନୁପମ ସାହା ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ଏକ ସଚେତନତା ଶୋଭାଯାତ୍ରା ବାହାରି ପଡିଥିବା ମଇଳା ଗୋଟେ ଯାଇଥିଲା। ଏହା ପରେ ବିଏନ୍ ପ୍ୟାଲେସ ପରିସରରେ ଜିଲ୍ଲାପାଳଙ୍କ ସମେତ ବନ ବିଭାଗ ଅଧିକାରୀ ଏସ ଏଫ ଓ, ଦେବଗିରି ରେଞର ଏବଂ ଉପସ୍ଥିତ ଅନ୍ୟାନ୍ୟ ଅଧିକାରୀ ମାନେ ବୃକ୍ଷରୋପଣ କରିଥିଲେ। ଏହା ପରେ ପୈାରସଂସ୍ଥା କାର୍ଯ୍ୟଳୟ ଠାରୁ ଏକ ବିରାଟ ସଚେତନତା ପଦଯାତ୍ରା ବାହାରିଥିଲା। ଏହାକୁ ଜିଲ୍ଲାପାଳ ଅନୁପମ ଶାହା ଓ ଏସପି ସାରା ଶର୍ମା ମିଳିତ ଭାବେ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରାରେ ସହରର ମହିଳା, ଶିକ୍ଷା ଅନୁଷ୍ଠାନ ଛାତ୍ରଛାତ୍ରୀ ମାନେ, ପ୍ରଶାସନିକ କର୍ମକର୍ତ୍ତାଗଣ ପୈାର ଅଧିକାରୀ ଅଶୋକ ରାଉତ ପୈାର କର୍ମଚାରୀ, ମେହେନ୍ତ ମାନେ ସହର ପରିକ୍ରମା କରି ପ୍ଳାଷ୍ଟିକ ବର୍ଜନ ଓ ପରିବେଶ ସ୍ୱଛତା ଉପରେ ଜନ ସଚେତନତା କରାଇଥିଲେ। ପଦଯାତ୍ରା ଗାନ୍ଧୀଛକ ଠାରେ ପହଞ୍ଚିବା ପରେ ସେଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଗୋପାଳକୃଷ୍ଣ ପାଠାଗାର ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ସଭାଗୃହରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରା ସଭାପତିତ୍ବ କରିଥିଲେ । ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଉପରେ ବୁଝାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା, ଡି ଏଫ ଓ ବିବେକ କୁମାର ତ୍ୟାଗି, ପ୍ରତିଷ୍ଠାନର ଅଧ୍ୟକ୍ଷା ଅପା ମିଶ୍ର, ମହିଳା ମହାବିଦ୍ୟାଳୟ ଅଧ୍ୟାକ୍ଷା ଡଃ :ରୀନା ସାହୁ ଏବଂ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ। ଶେଷରେ କୃତି ପ୍ରତିଯୋଗୀମାନ ଙ୍କୁ ପୁରସ୍କୃତ ଓ ମାନପତ୍ର ବଣ୍ଟନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଅନୁପମ ଶାହା ଜିଲ୍ଲାର ଲୋକ କଳା ଗ୍ରାମ ଭାବରେ ଗୋଷାଣୀ ବ୍ଲକ୍ ର ବଡଗାଁକୁ ଏବଂ ପାରଳାଖେମୁଣ୍ଡିର ହାଇସ୍କୁଲ ଛକଠାରୁ କୋର୍ଟ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାକୁ ଗାନ୍ଧୀ ମାର୍ଗ ଭାବେ ପ୍ରସ୍ଥାବ ର ଘୋଷଣା କରିଥିଲେ। ଶେଷରେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମର ଧନ୍ୟବାଦ ଅର୍ପଣ କରିଥିଲେ। ସଭା କାର୍ଯ୍ୟକ୍ରମ ପରେ କବି ବିଚିତ୍ରା ନନ୍ଦ ବେବତା ଓ କବି ରଶ୍ମିତା ସାମଲଙ୍କ ପୈାରହିତ ଓ ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ:ପ୍ରଭାତ ପାତ୍ର