ଶ୍ରୀ ଶ୍ରୀ ଶ୍ରୀ କପିଳେଶ୍ଵର ମହାଦେବ ମନ୍ଦିର ରେ କାର୍ତ୍ତିକ ମାସ ବ୍ୟାପି ବିଭିନ୍ନ ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

0
445

ବ୍ରହ୍ମପୁର, ୦୯/୧୦- ବ୍ରହ୍ମପୁର ସାନ ବଜାର ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ କପିଳେଶ୍ଵର ମହାଦେବ ମନ୍ଦିର ପ୍ରଙ୍ଗଣରେ କାର୍ତ୍ତିକ ମାସ ବ୍ୟାପି ସକାଳ ଓ ସଂନ୍ଧ୍ଯା ସମୟରେ ୧୦୮ ଆଳତି ଓ ୧୦୮ ଦୀପ ପ୍ରଜ୍ବଳନ କରାଯିବ। କାର୍ତ୍ତିକ ମାସ ବ୍ୟାପି ଭିନ୍ନ ଭିନ୍ନ ଭକ୍ତଙ୍କ ଦ୍ବାରା ୩୦ ଦିନ ରେ ୩୦ ଜଣ ଭକ୍ତ ଦ୍ବାରା ରୁଦ୍ରାଭିଷେକ ଆୟୋଜନ କରାଯାଉଅଛି। କାର୍ତ୍ତିକ ମାସ ର ପ୍ରତ୍ୟେକ ସୋମବାର (୫ଟି ସୋମବାର) ରେ ୫୦୦୦ ରୁ ଉର୍ଦ୍ଧ୍ବ ଭକ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ର ଅୟୋଜନ କରାଯାଉଅଛି ଓ ଶେଷ ସୋମବାର ଅର୍ଥାତ୍ ୧୧ ନଭେମ୍ବର ଦିନ ଅପରାହ୍ନ ୪.୩୦ ସମୟ ରେ ଏକ ବିରାଟ ଦୁଗ୍ଧାଭିଷେକ ଆୟୋଜନ କରାଯାଉଥିବା ମନ୍ଦିର କମିଟି ତରଫରୁ ସୁଚନା ପ୍ରଦାନ କରିବା ସହ ବହୁସଂଖ୍ଯା ରେ ଭକ୍ତମାନେ ଯୋଗ ଦେବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here