୧୦ ଆକାଂକ୍ଷା ଜିଲ୍ଲା ପାଇଁ ସଚିବ ସ୍ତରୀୟ ଅଧିକାରୀ ନିଯୁକ୍ତି ଦେଲେ ରାଜ୍ଯ ସରକାର

0
341

ଭୂବନେଶ୍ୱର, ୧୧/୧୦–ଆଜି ରାଜ୍ୟ ସରକାର ୧୦ଟି ଆକାଂକ୍ଷୀ ଜିଲା ପାଇଁ  ସଚିବ ସ୍ତରୀୟ ଭାରପ୍ରାପ୍ତ ଅଧିକାରୀ ନିଯୁକ୍ତ କରିଛନ୍ତି । ସଚିବସ୍ତର ର ୧୦ଜଣ ବରିଷ୍ଠ ଅଧିକାରୀଙ୍କୁ ଏହି ୧୦ଟି ଜିଲାର ଦାୟିତ୍ୱ ଦିଆଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କିଶୋର ମହାପାତ୍ରଙ୍କୁ ଢ଼େଙ୍କାନାଳ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ ରାୟଗଡ଼ା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗଙ୍କୁ କୋରାପୁଟ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଡି.ଆର.କେ ସିଂଙ୍କୁ କଳାହାଣ୍ଡି ଜିଲା ଦାୟିତ୍ୱ ଦିଆଯାଇଛି।

ସେହିପରି ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରାଙ୍କୁ କନ୍ଧମାଳ, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗର କମିସନର-କମ୍‌ ସେକ୍ରେଟାରି ହେମନ୍ତ ଶର୍ମାଙ୍କୁ ନବରଙ୍ଗପୁର, ଉଚ୍ଚଶିକ୍ଷା ବିଭାଗ କମିସନର-କମ୍‌ ସେକ୍ରେଟାରି ଶାଶ୍ୱତ ମିଶ୍ରଙ୍କୁ ନୂଆପଡ଼ା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର-କମ୍‌ ସେକ୍ରେଟାରି ଡ.ପ୍ରମୋଦ ମେହେର୍ଦ୍ଦାଙ୍କୁ ବଲାଙ୍ଗୀର, କୌଶଳ ବିକାଶ ବିଭାଗ କମିସନର-କମ୍‌ ସେକ୍ରେଟାରି ଏସ୍‌.କେ ସିଂଙ୍କୁ ଗଜପତି ଓ ଖାଦ୍ୟ ସୁରକ୍ଷା ବିଭାଗ କମିସନର-କମ୍‌ ସେକ୍ରେଟାରି ଭିଭି ଯାଦବଙ୍କୁ ମାଲକାନଗିରି ଜିଲାର ଦାୟିତ୍ୱ ଦିଆଯାଇଛି।

 

ନିଯୁକ୍ତ ହୋଇଥିବା ଏହି ଅଧିକାରୀମାନେ ଏହି ୧୦ଟି ଜିଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସମ୍ପଦ, ଅର୍ଥ, କୌଶଳ ବିକାଶ ଓ ମୌଳିକ ଭିତ୍ତିଭୂମିର ବିକାଶ ନେଇ ତଦାରଖ କରିବାସହିତ ଜଳସେଚନ, ଗ୍ରାମୀଣ ବିଦ୍ୟୁତିକରଣ, ପାନୀୟଜଳ ଯୋଗାଣ ଓ ଶୌଚାଳୟ ସ୍ଥାପନ ଉପରେ ମଧ୍ୟ କାର୍ଯ୍ୟାନୁମାନ ତଦାରଖ କରିବେ।

LEAVE A REPLY

Please enter your comment!
Please enter your name here