ରାଜ୍ୟ କ୍ୟାବିନେଟ ବୌଠକ ୧୧ଟି ପ୍ରସ୍ତାବ କୁ ମୋହର

0
190

 

ଭୂବନେଶ୍ୱର,୨୧/୧୦- ଆଜି ରାଜ୍ୟ କ୍ୟାବିନେଟ ବୌଠକ ଅନୁଷ୍ଠିତ ହୋଇଯାଇଛି।ଏଥି ରେ ୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି।ଅବଢ଼ା ଯୋଜନାରେ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରାଯିବ । ୧୫ଟି ପ୍ରକଳ୍ପ ପାଇଁ ୩ବର୍ଷରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ଶ୍ରୀମନ୍ଦିର ସଂସ୍କାର କମିସନ ରିପୋର୍ଟ ଆଧାରରେ ଏହିପରି ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।

ପିଭିଟିଜି ସ୍କୁଲ ଶିକ୍ଷକଙ୍କୁ ଏସସି/ଏସଟି ଭଳି ମାନ୍ୟତା ମିଳିବ ।

ବିମାନ ଶାଖା ସାଧାରଣ ପ୍ରଶାସନରୁ ପରିବହନ ବିଭାଗକୁ ସ୍ଥାନାନ୍ତର ହେବ ।

ସେହିପରି ଓଡ଼ିଶା ଶ୍ରମ ସେବା ନିୟମରେ ସଂଶୋଧନ ହେବ ।

ଗ୍ରାମାଞ୍ଚଳରେ ନିଯୁକ୍ତ ଆରଏଲଆଇ ପଦବୀ ଏଣିକି ଏଏଲଓ ଭାବେ ନାମକରଣ ହେବ ।

ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଓ ଜିଲ୍ଲା ନିଯୁକ୍ତି ନିୟମରେ ସଂଶୋଧନ କରାଯିବ।

ସାଧାରଣ ପ୍ରଶାସନ ବିଭାଗର ଜିଲ୍ଳା ମନ୍ତ୍ରୀ ସ୍ତରୀୟ ନିଯୁକ୍ତିରେ ସଂଶୋଧନ କରାଯିବ ।

ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହକାରୀ ଭାବେ ନାମକରଣ ପଦବୀ ହେବ । ୨୯୬ ଅତିରିକ୍ତ ପଦବୀ ସୃଷ୍ଟି ଏବଂ ୯୦% ସିଧାସଳଖ ନିଯୁକ୍ତି ପାଇବେ ।

ଓଡ଼ିଶା ଶ୍ରମ ସେବା କ୍ୟାଡ଼ରରେ ୫୩୯ ପଦବୀ ସୃଷ୍ଟି ହେବ ଏବଂ ୪ଟି ପଦୋନ୍ନତି ମିଳିବ ।

ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ପାଇଁ ପାଇପ ଜଳ ପ୍ରକଳ୍ପକୁ ମଞ୍ଜୁରି ହୋଇଛି ।

ସେହିପରି ତିନି ଜିଲ୍ଲା ର ତିନିଟି ବ୍ଲକରେ ୩୮୪ ଗାଁର ୩ଲକ୍ଷ ୨୧ହଜାର ଲୋକ ପାଣି ପାଇବେ । ସେହି ପ୍ରକଳ୍ପ ପାଇଁ ୬୦୦କୋଟି ଟଙ୍କା OMBARDSI ପାଣ୍ଠି  ଦେବ।

ବସୁଧା ଯୋଜନାରେ ଢ଼େଙ୍କାନାଳରେ ୩୩୯.୩୮କୋଟିର ପ୍ରକଳ୍ପ ହେବ ।

ଏହାସହ ରାଜସ୍ୱ ବିଭାଗରେ ୟୁଜର୍ସ ଫି ଓ ଆବେଦନ ଦେୟ ଛାଡ଼ ହୋଇଛି ।ବିନା ଦେୟରେ ଘରେ ବସି ବିଭିନ୍ନ ପ୍ରମାଣପତ୍ର ପାଇଁ ଆବେଦନ କରିହେବ ।

ହିନ୍ଦୁ ଦେବୋତ୍ତର ଆଇନରୁ ପୁରୀ ଗୋବର୍ଦ୍ଧନ ମଠକୁ ବାଦ ଦିଆଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here