ବିଜୁଯୁବବାହିନୀ ର ସରକାରୀ ବାଳିକା ବିଦ୍ୟାଳୟ ରେ (ଓ୍ବାର୍ଡ-୧୩) ” ରକ୍ଷକ” କାର୍ଯ୍ୟକ୍ରମ

0
165

ବ୍ରହ୍ମପୁର,୨୧/୧୦-ଆଜି ବିଜୁଯୁବବାହିନୀ ୱାର୍ଡ ୧୩ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବ୍ରହ୍ମପୁର ଠାରେ ଶ୍ରୀ ବିଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ “ସଡକ ସୁରକ୍ଷା ଓ ଜୀବନ ରକ୍ଷା” ସଚେତନତା ରାଲି କରାଯାଇଥିଲା ଏବଂ ତତ୍ସଙ୍ଗେସଙ୍ଗେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ସଡକ ସୁରକ୍ଷାକୁ ନେଇ ଏକ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ଡ଼ା. ସବିତରାଣୀ ଦାସ ଓ ସମ୍ମାନିତ ଅତିଥି ଭାବେ ମମତା ପାଣିଗ୍ରାହୀ ଯୋଗ ଦେଇଥିଲେ।ବକୃତା ବିଚାରକ ଭାବେ ସରୋଜା ପଢି ଓ ସୁଶ୍ରୀ ପଣ୍ଡା ଉପସ୍ଥିତ ରହିଥିଲେ ଏବଂ S. ନାଗମଣି ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ୱାର୍ଡ ୧୩ ର ସଭାପତି ସୀମାଞ୍ଚଳ ବେହେରା ଓ ଅନ୍ୟାନ୍ୟ ସଦସ୍ୟ ମାନେ,ୱାର୍ଡ ସଂଯୋଜକ କୁମୁଦିନୀ ନାୟକ ଓ ପ୍ରୋଗ୍ରାମ ଅଫିସର ଅବିନାଶ ପାଣ୍ଡେ ଯୋଗ ଦେଇ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here