Home ରାଜ୍ୟ ଉଚ୍ଛେଦରେ ବାସହରା ପରିବାର ବର୍ଗ ବିଏମସି କମିଶନର ଙ୍କୁ ଭେଟିଲେ

ଉଚ୍ଛେଦରେ ବାସହରା ପରିବାର ବର୍ଗ ବିଏମସି କମିଶନର ଙ୍କୁ ଭେଟିଲେ

0
185

ବ୍ରହ୍ମପୁର,୨୨/୧୦-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ ନେଇ ଶନିବାର ଓ ରବିବାର ହୋଇଥିବା ଉଚ୍ଛେଦରେ ଅନେକ ପରିବାର ବାସହରା ହୋଇଛନ୍ତି। ଉଚ୍ଛେଦରେ ବିଏମ୍‌ସିର ୧୦ ନଂ. ୱାର୍ଡ ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ହାଇସ୍କୁଲ ସାହି ନିକଟ ତୋଟାବନ୍ଧ ସାହିର ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପରିବାର ଗୃହଶୂନ୍ୟ ହୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଥଇଥାନ କରାଯିବାକୁ ସେମାନେ ଦାବି କରିଛନ୍ତି। ସୋମବାର ୨୫ ପରିବାର ସଦସ୍ୟମାନେ ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ସାକ୍ଷାତ କରି ତୁରନ୍ତ ଥଇଥାନ କରିବାକୁ ଦାବି କରିଥିଲେ । ସରକାରଙ୍କ ଆଗାମୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଅସ୍ଥାୟୀ ଥଇଥାନ ଦିଗରେ ପଦକ୍ଷେପ ନିଆଯିବା ନେଇ କମିଶନର ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ଫେରିଥିଲେ ।
ହଳଦିଆପଦର ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ପରେ ହରିଡାଖଣ୍ଡି ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ, ପୁରୁଣା ବ୍ରହ୍ମପୁର, ଆମ୍ବମାର୍କେଟ ଦେଇ ବସ୍‌ ଚଳାଚଳ ସ୍ବାଭାବିକ ପାଇଁ ରାସ୍ତା ପ୍ରଶସ୍ତୀକରଣ କରିବାକୁ ବିଏମ୍‌ସି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଶନିବାର ଓ ରବିବାର ବ୍ରହ୍ମପୁର ହରିଡାଖଣ୍ଡି ପେଟ୍ରୋଲ ପମ୍ପ ଅଞ୍ଚଳରୁ ଆରମ୍ଭ କରି ବାଲୁଙ୍କେଶ୍ୱର ମନ୍ଦିର ଛକ, ପୁରୁଣାବ୍ରହ୍ମପୁର, ଆମ୍ବମାର୍କେଟ ଓ ଧୋବାବନ୍ଧ ସାହି ପ୍ରମୁଖ ଅଞ୍ଚଳରେ ରାସ୍ତାପ୍ରସସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଛି ।
ତେବେ ଏଥିରେ ପୁରଣା ବ୍ରହ୍ମପୁର ଅଞ୍ଚଳର ତୋଟାବନ୍ଧ ସାହି ବାସିନ୍ଦା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ।
ଉଚ୍ଛେଦରେ ଘର ହରାଇଥିବା ବେଳେ ଆରଏୱାଇ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଏହି ଅଞ୍ଚଳର ୨୫ ପରିବାର ସର୍ବସ୍ବାନ୍ତ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତତ୍କାଳୀନ କର୍ପୋରେଟରଙ୍କ ଅବହେଳାରୁ ଆରଏୱାଇ ଗୃହ ତାଲିକାରେ ମଧ୍ୟ ନାମ ଲେଖାଇବାରେ ୨୫ ପରିବାର ବଞ୍ଚିତ ହୋଇଛନ୍ତି ଏଭଳି ସ୍ଥିତିରେ ବିନା ଥଇଥାନରେ ହଠାତ୍‌ ରବିବାର ଉଚ୍ଛେଦ କରାଯାଇଛି ଫଳରେ ଦୀର୍ଘ ୭୦ ରୁ ୮୦ ବର୍ଷ ଧରି ବସତି ସ୍ଥାପନ କରି ରହି ଆସୁଥିବା ୨୫ ପରିବାରର ଶତାଧିକ ଲୋକ ବେସାହାରା ହୋଇଯାଇଥିବା ଅଞ୍ଚଳବାସୀ ମଞ୍ଜୁ ଦାଶ କହିଛନ୍ତି ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!