ଜୋନାଲ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ

0
157

ହିଞିଳିକାଟୁ:- ୨୨/୧୦ ହିଞିଳିକାଟୁ ପୋୖର ପରିଷଦ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆ ମଧ୍ୟରେ ଜୋନାଲ ସ୍ତରୀୟ ବାର୍ଷିକ ୨୦୧୯ ବର୍ଷର ଖେଳକୂଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଶେରଗଡ ବିଇଓ ଭାସ୍କର ପ୍ରସାଦ ଲେଙ୍କା, ସ୍ଥାନୀୟ ବିଇଓ ବସନ୍ତ କୁମାର ପଣ୍ଡାଙ୍କ ଆବାହକ ଓ ଏବିଇଓ ବିଶ୍ୱନାଥ ମହାରଣା ନିମେଇ ଚରଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ ।ବିଇଓ ଶ୍ରୀ ଲେଙ୍କା ପତାକା ଉତ୍ତୋଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଖେଳକୁଦ ଜୋନାଲ ସ୍ତରରେ ଶେରଗଡ ବ୍ଳକ ଓ ହିଞିଳିକାଟୁ ବ୍ଳକର କ୍ରୀଡା ଶିକ୍ଷକମାନେ ଭାଗ ନେଇଥିଲେ ।ଏହି ପ୍ରତିଯୋଗୀତାରେ ଶେରଗଡ ବ୍ଳକର ବିଭିନ୍ନ ଖେଳକୁଦ ରେ ଭାଗ ନେବା ପାଇଁ ମୋଟ ୩୬ ଜଣ ଓ ସ୍ଥାନୀୟ ବ୍ଳକ ପକ୍ଷରୁ ୭୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।ଏଥି ମଧ୍ୟରୁ ୭୦ଜଣ ପ୍ରତିଯୋଗୀ ଆଗାମୀ ଜିଲ୍ଲା ସ୍ତରୀୟ କ୍ରୀଡା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ ନିମନ୍ତେ ମନୋନୀତ ହୋଇଥିଲେ । ଏହି ପ୍ରତିଯୋଗିତାରେ ଖୋଖୋ, କବାଡି,କ୍ରିକେଟ, ଆଥଲେଟିକ,ଦୌଡ଼ ୧ଶହ ,୨ଶହ,୮ଶହ ୧୫ଶହ ୩ହଜାର ମିଟର, ଡିସ୍କସ ଭଳି ପ୍ରଭୃତି କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ରଘୁନାଥ ସାହୁ,କ୍ରୀଡା ଶିକ୍ଷକ ବଟକୃଷ୍ଣ ପଣ୍ଡା, ଦୁର୍ଗାମାଧବ ପଣ୍ଡା, ତପନ କୁମାର ପାଣିଗ୍ରାହୀ, ବେଣୁଧର ନାୟକ ବିଭୁତି ପଟନାୟକ, ଅଶୋକ ପାଢ଼ୀ, ପ୍ରମୁଖ ସହଯୋଗ କରିଥିଲେ ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here