ସଡକ ସୁରକ୍ଷା “ରକ୍ଷକ” ସମ୍ପର୍କିରେ ସୁରକ୍ଷା ଶିବିର

0
167

ପାରଳାଖେମୁଣ୍ଡି ୨୨/୧୦– ପାରଳାଖେମୁଣ୍ଡି ସହରରେ ସଡକ ସୁରକ୍ଷା ଦିଗରେ ସରକାରଙ୍କ ନୂତନ ମୋଟର ଯାନ ଚଳାଚଳ ନୀତିନିୟମ ଉପରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଏକ “ସଡକ ସୁରକ୍ଷା ଓ ନିୟମ ସମ୍ବନ୍ଧୀୟ ସଚେତନତା ଅଭିଯାନ – ରକ୍ଷକ ” କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସରକାରଙ୍କ ରାଜ୍ୟ ଯୁବ କଲ୍ୟାଣ ପରିଷଦ ସହାୟତାରେ ବିଜୁ ଯୁବ ବାହିନୀର ଆନୁକୁଲ୍ୟରେ ଏବଂ ସ୍ଥାନୀୟ ଅଞ୍ଚଳ ପରିବହନ କାର୍ଯ୍ୟାଳୟ ସହଯୋଗରେ ପାରଳାଖେମୁଣ୍ଡି ପୈାରପରିଷଦ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି।
ବିଜୁ କଲ୍ୟାଣ ମଣ୍ଡପ ଠାରେ ସଡକ ସୁରକ୍ଷା ଓ ଏ ଦିଗରେ ସରକାରଙ୍କ ନୂତନ ନୀତି ନିୟମ ଉପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ସଂଯୋଜନା କରି କାର୍ଯ୍ୟକ୍ରମ ଅଭିମୁଖେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷା ଜନ ସାଧାରଣଙ୍କ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ବ ବିଷୟ ଅଟେ । ନିଜର ଜୀବନ ରକ୍ଷା ନିଜେ କରିବା,ଏମିତିକି ସଡକରେ ଚାଲିଯିବ ବେଳେ ହେଉକି ମୋଟର ଯାନ ନିଜେ ଡ୍ରାଇଭିଙ୍ଗ କରି ଯିବାବେଳେ ସଡକ ସୁରକ୍ଷା ନୀତି ନିୟମ ପ୍ରତି ସତର୍କ ରହି ମାନି ଚଳିବା ଆବଶ୍ୟକ। ସଡକ ସୁରକ୍ଷାର ନୀତି ନିୟମ ଉଲଂଘନ କଲେ ଫାଇଲ ଟଙ୍କା ଦେବା ବଡକଥା ନୁହେଁ ଯଦି ସଡକ ଦୁର୍ଘଟଣାରେ ଥରେ ଜୀବନ ଚାଲିଯାଏ , ତାହା ହେଲେ ସେହି ଜୀବନ ଆଉ ଆସିବ ନାହିଁ । ତେଣୁ ସଡକ ସୁରକ୍ଷା ଉପରେ ସରକାରଙ୍କ ନୂତନ ମୋଟର ଯାନ ଚଳାଚଳ ନୀତିନିୟମ ମାନି ଚାଲିବା ସହ ବାଇକ ଚଳାଇବା ବେଳେ ହେଲମେଟ ପିନ୍ଧିବା ଏବଂ ଚାରି ଚକିଆ ଯାନ ଚଳାଇବା ବେଳେ ସିଟ ବେଲ୍ଟ ବ୍ୟବହାର କରିବା ଉପରେ ଗୁରୁତ୍ବରୋପ କରିଥିଲେ। ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଚେଷ୍ଟା ଜାରି ରହିଛି ଯେ କିଭଳି ଡ୍ରାଇଭିଂଙ୍ଗ ଲାଇସେନ୍ସ, ଫିଟେନସ, ପ୍ରଦୂଷଣ ପ୍ରଭୃତି ପ୍ରମାଣ ପତ୍ର ଶୀଘ୍ର ହୋଇପାରିବ। ତେଣୁ ସଡକ ସୁରକ୍ଷା ନୀତି ନିୟମକୁ ମାନି ଏଠାକୁ ଏକ ଅଭ୍ୟାସରେ ପରିଣତ କରିବା ସହ ଏହାକୁ ମାନିବା ପାଇଁ ବାଧ୍ୟ କରା ଯାଇଥିବା ଭଳି ଭାବନ୍ତୁ ନାହିଁ। ପ୍ରଶାସନ ସବୁବେଳେ ଚାହେଁ ଯେ ସଡକ ଦୁର୍ଘଟଣା ଓ ଏଥିରେ ମୃତ୍ୟୁ ସଂଖ୍ୟା କିଭଳି ହ୍ରାସ ପାଇବ।
ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂ , ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ରଜନୀ କାନ୍ତ ସ୍ଵାଇଁ ଏବଂ ପୈାରପରିଷଦ ନିବାହି ଅଧିକାରୀ ଅଶୋକ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷା ଓ ସୁରକ୍ଷିତ ଜୀବନ ଯାତ୍ରା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଜିଲ୍ଲା ଏମଭିଆଇ ବସନ୍ତ କୁମାର ମହାପାତ୍ର ଯୋଗଦେଇ ସରକାରଙ୍କ ନୂତନ ମୋଟର ଯାନ ନୀତିନିୟମର ବିଭିନ୍ନ ଦିଗ ଉପରେ କହି ଏହି ନୀତି ନିୟମ ଉଲଂଘନ କରିଙ୍କୁ ନିମନ୍ତେ ରହିଥିବା ଆଥିକ ଦଣ୍ଡବିଧାନ ଉପରେ ବିସ୍ତୃତ ସୂଚନା ଦେଇ ଜନ ସାଧାରଣଙ୍କୁ ସଚେତନ କରିଥିଲେ। ଶେଷରେ ଉପସ୍ଥିତ ଥିବା ସମସ୍ତଙ୍କୁ ଜିଲ୍ଲାପାଳ ଅନୁପମ ଶାହା ଶପଥ ପାଠ କରାଇଥିଲେ।
ଏହି ଅବସରରେ ସକାଳେ ସହରର ରାଜନହର ଛକରେ, ହାଇସ୍କୁଲ ଛକରେ, ଆରଟିଓ ଛକ ଠାରେ ସଡକ ସୁରକ୍ଷା ଉପରେ ନାଚ-ଗୀତ ଦ୍ୱାରା ସଚେତନତା କରାଯାଇଥିଲା।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here