ଲାଂଚ ନେଇ ଭିଜିଲାନ୍ସ ଦ୍ବାରା ଗ୍ରାମ୍ୟ ରୋଜଗାର ସହାୟକ ଗିରଫ

0
223

ବ୍ରହ୍ମପୁର, ୨୨/୧୦- ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟପଡା ଗ୍ରାମପଞ୍ଚାୟତ ର ଗ୍ରାମ୍ୟ ରୋଜଗାର ସହାୟକ ପାଣ୍ଡବ ମହଲ ୧୫୦୦୦ ଟଙ୍କା ଲାଂଚ ନେଇ ଭିଜିଲାନ୍ସ ଜାଲରେ ପଶିଛନ୍ତି। ସୁଚନାଯୋଗ୍ୟଯେ, ଗ୍ରାମ୍ୟ ରୋଜଗାର ସହାୟକ ପାଣ୍ଡବ ମହଲ,କଣ୍ଟାମାଳ କୁଆଁସିଲା ଗ୍ରାମ ର ଋଷିପାଳ ରଣା ଙ୍କ ପିଏମଜିଏଓ୍ବାଇ ଯୋଜନାରେ ଘର ପାଇଁ ଓ୍ବାର୍କ ଅର୍ଡର ପାଇବା ପାଇଁ ଲାଂଚ ବାବଦ ରେ ୧୫ହଜାର ଟଙ୍କା ଦାବୀ କରିଥିଲେ। ଆଜି ଗ୍ରାମ ପଚାଂୟତ କାର୍ଯ୍ୟାଳୟ ରେ ସେହି ଲାଂଚ ଟଙ୍କା ଗ୍ରହଣ କରି ପେଣ୍ଟ ପକେଟରେ ରଖିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରା ପଡି ଗିରଫ ହେବା ସହ ଲାଂଚ ଟଙ୍କା ଜବତ କରାଯାଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରେ ଏକ ମାମଲା ୨୯/୨୦୧୯ ରୁଜୁ କରାଯାଇ ଅଭିଯୁକ୍ତ ଙ୍କୁ କୋର୍ଟ ପଠାଯାଇ,ତଦନ୍ତ ଚାଲୁଥିବା ଭିଜିଲାନ୍ସ ବିଭାଗ ଦ୍ବାରା ସୁଚନା ମିଳିଛି।

LEAVE A REPLY

Please enter your comment!
Please enter your name here