ଆସନ୍ତା ମାସ ୧୩ ରୁ ଆରମ୍ଭ ହେବ ବିଧାନସଭା ର ଶୀତ ଅଧିବେଶନ

0
183

୧୩ରୁ ବିଧାନସଭାର ଶୀତ ଅଧିବେଶନ ! ପ୍ରଥମଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ, ମୋଟ ୩୦ କାର୍ଯ୍ୟଦିବସ ହେବ।

ଆସନ୍ତା ମାସ ୧୩ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ। ରାଜ୍ୟପାଳ ଗୁରୁବାର ଦିନ ବିଧାନସଭା ପାଇଁ ସମନ ଜାରି କରିଛନ୍ତି। ଏ ସଂକ୍ରାନ୍ତରେ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିବ।

ବିଧାନସଭା ଆରମ୍ଭ ଦିନ ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିବେ। ନଭେମ୍ବର ୨୫ ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ। ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଶୀତ ଅଧିବେଶନ ଚାଲିବାକୁ ଦିନ ଧାର୍ଯ୍ୟ କରାଯାଇଛି।

କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭାଗୀୟ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସରୁ ୨୫ଟି ସରକାରୀ ଦିବସ ଥିବାବେଳେ ୫ଟି ବେସରକାରୀ ଦିବସ ଧାର୍ଯ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here