ଉତ୍କଳ ସମ୍ମିଳନୀ ତରଫରୁ ରେଳ ବିଭାଗ କୁ ଦାବୀ ପତ୍ର ପ୍ରଦାନ।

0
184

ବ୍ରହ୍ମପୁର-୩୧/୧୦– ଉତ୍କଳ ସମ୍ମିଳନୀ
ଗଞ୍ଜାମ ଜିଲ୍ଲା ଶାଖା ର ନିଷ୍ପତ୍ତି ପ୍ରକାରେ ପଲାସା
ଭୁବନେଶ୍ୱର ଡି.ଏମ.ୟୁ ପାସେଞ୍ଜର୍ ଟ୍ରେନ କୁ
ଉତ୍କଳ ସମ୍ମିଳନୀ ପାସେଞ୍ଜର ଟ୍ରେନ ନାମରେ
ନାମିତ କରାଯାଇଥିଲା। ଏହାକୁ ବର୍ତ୍ତମାନ ଉଛେଦ
କରାଯାଇଛି ।ତେଣୁ ଏହାକୁ ପୁନଃ ଉତ୍କଳ ସମ୍ମିଳନୀ
ନାମରେ ନାମକରଣ କରାଯିବା ସହ ପୁରୀ ପଯ୍ୟନ୍ତ ସମ୍ପ୍ରସାରଣ
ଏବଂ ବର୍ତ୍ତମାନ ଇଚ୍ଛାପୁର କଟକ ଚଳାଚଳ କରୁଥିବା ମେମୋ ଟ୍ରେନ କୁ ବ୍ରହ୍ମପୁର ରୁ
ଚଳାଚଳ କରିବା ପାଇଁ ଡିଭିଜନାଲ୍ ପ୍ରବନ୍ଧକ
ଖୋର୍ଦ୍ଧା ଙ୍କୁ ସମ୍ମିଳନୀ ଶାଖା ତରଫରୁ ଏକ ପତ୍ର
ବ୍ରହ୍ମପୁର ରେଳ ପ୍ରଵନ୍ଧକ ଶ୍ରୀ ଚଣ୍ଡି ତ୍ରିଦେବ ପ୍ରସନ୍ନ
କୁମାର ଦାସ ଙ୍କ ଜରିଆରେ ପ୍ରଦାନ କରାଯାଇଛି।
ଶ୍ରୀ ଦାସ ଏହାକୁ ଗ୍ରହଣ କରି ଉଚ୍ଚ କର୍ତ୍ତୃପକ୍ଷ ଙ୍କ
ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାକୁ ପ୍ରତିଶୃତି
ପ୍ରଦାନ କରିଛନ୍ତି। ସମ୍ମିଳନୀ ଶାଖା ସମ୍ପାଦକ
ଦୀନବନ୍ଧୁ ଶ୍ରୀପଲ୍ଲଵ ଯୁଗ୍ମ ସମ୍ପାଦକ ଡ଼ାକ୍ତର ନକୁଳ
ସାହୁ କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ
ବରିଷ୍ଠ ସଦସ୍ୟ ଅଶୋକ କୁମାର ସାହୁ,ହାଡ଼ିବନ୍ଧୁ
ମାଳି, ଆଶୀଷ କୁମାର ପାଣିଗ୍ରାହୀ ପ୍ରମୂଖ ବ୍ରହ୍ମପୁର
ରେଳ ପ୍ରବନ୍ଧକ ଶ୍ରୀଦାସଙ୍କୁ ସମ୍ମିଳନୀ ଶାଖା ତରଫରୁ ପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here