ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପୁରୁଷ ଚେସ୍ ଦଳର ପାରଳାଖେମୁଣ୍ଡି ଗସ୍ତ

0
190

ବ୍ରହ୍ମପୁର, ୩୦/୧୦–ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କ୍ରିଡା ପରିଷଦ ପକ୍ଷ ରୁ ପୂର୍ବାଞ୍ଚଳ ଅନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ଚେସ୍ ପ୍ରତିଯୋଗିତା ପାଇଁ ୫ଜଣିଆ ଦଳ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ପାରଳାଖେମୁଣ୍ଡି ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ଉକ୍ତ ବିଶ୍ବବିଦ୍ୟାଳୟ ରେ ଅକ୍ଟୋବର ୨୯ ରୁ ନଭେମ୍ବର ୧ ପଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଦଳ ରେ ପିଜି ବିଭାଗ ର ଋଷିତୋଷ ପାତ୍ର,ଖଲ୍ଲିକୋଟ ମହାବିଦ୍ୟାଳୟର ପିଙ୍କୁ କୁମାର ସାହୁ, ଆଶିଷ ମୂଥମାଝି, କ୍ଷେତ୍ର ମୋହନ ନାୟକ ଏବଂ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରୁଦ୍ର ପ୍ରସାଦ ଖଟୁଆ ସାମିଲ ହୋଇଛନ୍ତି। ଦଳ ସହ ମ୍ୟାନେଜର ଭାବରେ ବିଶ୍ବବିଦ୍ୟାଳୟ ର ଶ୍ରୀଯୁକ୍ତ ଅରୁଣ କୁମାର ନାୟକ ଯୋଗ ଦେଇଛନ୍ତି। କ୍ରିଡା ପରିଷଦ ର ସଂପାଦକ ଡଃ ମନୋଜ କୁମାର ପଣ୍ଡା, ସହ ସଂପାଦକ ମହେନ୍ଦ୍ର କୁମାର ବେହେରା, ଗୌରୀଶଙ୍କର ପାତ୍ର, ସୂଧୀର କାନ୍ତ ପଣ୍ଡା, କଳ୍ପନା ବେହେରା ତଥା ବିଶ୍ବବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଦଳ କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here