ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ

0
160

ବ୍ରହ୍ମପୁର , ୦୧/୧୧- ଆଜି ୨ୟ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଜଗଦିଶ ପ୍ରସାଦ ମହାନ୍ତି ଆଜି ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ବିଚାର କରି ଅଭିଯୁକ୍ତ ମଦନ ସାହୁ କୁ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ କରିଛନ୍ତି ।
ଘଟଣା ଟି ଗତ ବର୍ଷ ଫେବୃଆରୀ ୨୪ ତାରିଖ ଦିନ ତରାତାରାଣି ଛକରୁ ଅଭିଯୁକ୍ତ ନାବାଳିକା କୁ ଅପହରଣ କରିନେଇ ଥିଲା। ଏଥିନେଇ ନାବାଳିକା ର ବଡ ଭଉଣୀ ପୁରୁଷୋତ୍ତମପୁର ଥାନାରେ ଏତଲା ନମ୍ବର ୩୮/୨୦୧୮ ଦରଜ କରିଥିଲେ, ପୁଲିସ ତଦନ୍ତ କରି
ଅଭିଯୁକ୍ତ କୁ ଗତ ବର୍ଷ ମାର୍ଚ୍ଚ ୮ ତାରିଖ ଦିନ ଗିରଫ କରି ଭାରତୀୟ ଦଣ୍ଡ ବିଧାନ ସଂହିତାର ଧାରା ୩୬୪, ୩୭୬(୨), ୩୪ ଏବଂ ଶିଶୁ ଯୌନ ସୁରକ୍ଷା ଆଇନ ର ଧାରା ୬ ପ୍ରକାରେ ଅଦାଲତ କୁ ବିଚାରଣା ପାଇଁ ପଠାଇଥିଲେ।
ସରକାର ପକ୍ଷ ରୁ ଓକିଲ ନାରାୟଣ ପଣ୍ଡା, ଅଭିଯୁକ୍ତ ତରଫରୁ ଆଇନଜୀବୀ ମନୋଜ ପଟ୍ଟନାୟକ ଓ ଚକ୍ରପାଣି ନାହାକ ମୋକଦ୍ଦମା ପରିଚାଳନା କରୁଥିଲେ l

LEAVE A REPLY

Please enter your comment!
Please enter your name here