ଗଜପତି ଜିଲ୍ଲାରେ କଂଗ୍ରେସର ପୂନଃଗଠନ କରାଯିବ

0
178

ପାରଳାଖେମୁଣ୍ଡି , ୦୨/୧୧-ଗଜପତି ଜିଲ୍ଲାରେ କଂଗ୍ରେସ ଦଳକୁ ପୁଣି ଥରେ ନୂତନ ଭାବେ ପୂନଃଗଠନ କରାଯିବ ବୋଲି ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ବିଧାୟକ ଦାଶରଥି ଗମାଙ୍ଗ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ କହିଛନ୍ତି।
ବିଧାୟକ ଦାଶରଥି ଗମାଙ୍ଗ ଅଧିକ ସୂଚନା ଦେଇ କହିଥିଲେ ଯେ ଆସନ୍ତା କାଲି ଏଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବେ ଏବଂ ତାଙ୍କ ସହ ଖାରିଆର ବିଧାୟକ ଆଧାରରେ ପାଣିଗ୍ରାହୀ ମଧ୍ୟ ଯୋଗ ଦେଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ନେତା ଓ କର୍ମୀ ମାନଙ୍କୁ ଯୋଗ ଦେବା ପାଇଁ କହିଥିଲେ। ଶ୍ରୀ ଜେନାଙ୍କୁ ସ୍ୱାଗତ କରିବା ପାଇଁ ଏକ ମୋଟର ସାଇକେଲ ରାଲି ଗଜପତି ଜିଲ୍ଲା ଲୁହାଗଡି ଛକ ଠାରୁ ବାହାରି ପାରଳାଖେମୁଣ୍ଡି ପଯ୍ୟନ୍ତ କରାଯିବାର କହିଛନ୍ତି। ଶ୍ରୀଯୁକ୍ତ ଜେନା ପାରଳାଖେମୁଣ୍ଡି ପହଞ୍ଚିବା ପରେ କଂଗ୍ରେସ କାର୍ଯ୍ୟଳୟରେ ତାଙ୍କୁ ସ୍ୱାଗତ କରାଯାଇ ଗଜପତି ଜିଲ୍ଲାର ଦାୟୀତ୍ୱ ଦିଆଯିବ ବୋଲି ମୋହନା ବିଧାୟକ ଦାଶରଥି ଗମାଙ୍ଗ ଜଣାଇଛନ୍ତି। କିଛି ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ କଂଗ୍ରେସ ସବୁ ନେତା ଦଳ ଛାଡ଼ି ଅନ୍ୟ ଦଳକୁ ଚାଲିଯାଉଛନ୍ତି। ବିଧାୟକ କହିଥିଲେ ଯେଉଁ ମାନେ ଚାଲିଯାଉଛନ୍ତି ସେମାନେ କେଉଁଠି ବି ୱାର୍ଡ଼ ମେମ୍ବର ଟି ହୋଇପାରିବେ ନାହିଁ ଏଥିରେ କଂଗ୍ରେସକୁ କୈାଣସି ଫରକ ପଡିବ ନାହିଁ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନଗର ସଭାପତି ବସନ୍ତ ପଣ୍ଡାଙ୍କ ସମେତ କଂଗ୍ରେସ ବରିଷ୍ଠ ନେତା କୁନା ମାଝି, ଜିଲ୍ଲା ପରିଷଦ ସଭ୍ୟା ଯାକ ମାଝି, ଗୁମ୍ମା ବ୍ଲକ୍ ଉପାଧ୍ୟକ୍ଷ ଗୀତାଞ୍ଜଳି ଭୂୟାଁ, ପୂବତନ ଉପାଧ୍ୟକ୍ଷ ବେଣ୍ଣିକ ଗମାଙ୍ଗ, ଲବ ସାହୁ ପ୍ରମୁଖ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here