ଜିଲ୍ଲା ସ୍ତରୀୟ ଗୋ ପ୍ରଦର୍ଶନ ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର

0
227

ହିଞିଳିକାଟୁ ୦୨/୧୧:- ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ସାଶନ ଆମ୍ବଗାଁରେ ଶନିବାର ଜିଲ୍ଲା ସ୍ତରୀୟ ଗୋ-ପ୍ରଦର୍ଶନୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲାର ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଡ଼ଃ ତ୍ରିନାଥ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ ସମ୍ମାନିତ ଅତିଥି ରୂପେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,ଦୁଗ୍ଧ ସମବାୟ ସମିତିର ମୂଖ୍ୟ ଡଃ ଦିଲ୍ଲୀପ ପଟ୍ଟନାୟକ ,ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଛତ୍ରପୁର, ବ୍ରହ୍ମପୁର, ଭଞ୍ଜନଗର, ଖଲ୍ଲିକୋଟର ଡାକ୍ତରଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ଯୁବ ବିଜେଡି ସଭାପତି ମନୋଜ ସାବତଙ୍କ ଉପସ୍ଥିତରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ରିବନ କଟାଯାଇ ଶୁଭ ଉଦଘାଟନ କରାଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ଗୋମାତା ପୂଜନ ସହ ଗାଈ,ବାଛୁରୀଙ୍କ ପ୍ରଦର୍ଶନ କରାଯାଇଥିଲା ।ପରେ ଏନେଇ ଏକ ସଭା ଆୟୋଜନରେ ଗୋ ପାଳନ,ଗୋସୁରକ୍ଷା ଏବଂ କୃଷକଙ୍କ ସହ ଗୋ ସମ୍ପଦର ବିକାଶର କିପରି ଜନହିତ ଯୋଜନା ସମ୍ବନ୍ଧରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ।ଯୋଗ ଦେଇଥିବା ଏହି ଶିବିରରେ ୯ ଗୋପାଳକଙ୍କୁ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଲମ୍ବୋଦର ମହାପାତ୍ରଙ୍କ ସଂଯୋଜନାରେ ଗୋଷ୍ଠୀ ଭିତିକ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆୟୋଜନ କରାଯାଇଥିଲା ।ଏହି ଅବସରରେ ଆତ୍ମା ଅଧ୍ୟକ୍ଷ ଏଳା ସୁଦର୍ଶନ, ଏଭିଏଏସ ପ୍ରବୀଣ ସାହୁ,ପ୍ରିୟଦର୍ଶନୀ ପଟନାୟକ, ପୀତବାସ ସାହୁ,ପ୍ରଭାତ ଗୌଡ଼,ତ୍ରିନାଥ ପରିଡା,ସୁକୁଟା ବେହେରା ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲା ଶତାଧିକ ଗୋପାଳକଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here