ଜିଲ୍ଲା ସ୍ତରୀୟ ଦୂର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

0
176

ପାରଳାଖେମୁଣ୍ଡି, ୦୧/୧୧– ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦୂର୍ନୀତି ବିଭାଗ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୂର୍ନୀତି ନିବାରଣ ସପ୍ତାହ ପାଳନ ହୋଇଯାଇଛି।
ସକାଳ ୭ ଘଣ୍ଟା ସମୟରେ ସ୍ଥାନୀୟ ମହାରାଜା ଙ୍କ ବାଳକ ଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ଓ ଶିକ୍ଷକ ଏବଂ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ଓ ଗୁରୁଜୀ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରି ହାତରେ ପ୍ଳାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ। ଏହି ସଚେତନତା ଶୋଭାଯାତ୍ରାକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡଃ ବୃଷକେତ ଦାସ ଓ ଭିଜିଲାନ୍ସ ଇନିସପେକ୍ଟର ଡି. ବାସୁଦେବ ରାଓ ଯୋଗଦେଇ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଗ୍ରାମିଣ ଆମ୍ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ଦୁନୀତି ନିବାରଣ ବିଭାଗର ଜନବାତା “ସଚ୍ଚୋଟତା-ଏକ ଜୀବନ ଶୈଳୀ ” ଉପରେ ଆଲୋଚନା ଚକ୍ର ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସେଣ୍ଟ୍ରାଲ୍ ରୋଟାରୀ କ୍ଲବ ସହଯୋଗିତାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଅନ୍ୟ ମାନଙ୍କ ମଧ୍ୟରେ ଭିଜିଲାନ୍ସ ବିଭାଗ ଅତିରିକ୍ତ ଏସପି ଶାନ୍ତନୁ କୁମାର ପାଢି, ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକ ଡଃ. ଜିତେନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ୍ୟ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଅନୀତି ଓ ଦୂର୍ନୀତି ର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ କରିଥିଲେ। ଅନ୍ୟ ପକ୍ଷରେ କୈାଣସି କ୍ଷେତ୍ରରେ ଦୂର୍ନୀତି ହେବାର ଖବର ଜାଣିଲେ ସେମାନେ ସ୍ଥାନୀୟ ଭିଜିଲାନ୍ସ ବିଭାଗ ନଚେତ୍ ଟୋଲ-ଫ୍ରି ନମ୍ବର ୦୬୮୦-୨୨୮୨୩୦୦ କୁ ଡାଇଲ କରି ଜଣାଇବା ବ୍ୟକ୍ତିଙ୍କ ନାମ ଓ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବ ବୋଲି କହିଥିଲେ। ବିଭିନ୍ନ କ୍ଷେତ୍ରରେ ସ୍ବଚ୍ଛତାର ସହ ସାଧୁତା ଓ ସଚ୍ଚୋଟତା ରହିଲେ ହିଁ ଏକ ଦୂର୍ନୀତି ମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ବେଶ ସାହାୟକ ହେବ ବୋଲି ମଞ୍ଚାସୀନ ଅତିଥି ମାନେ କହିଥିଲେ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।
ପ୍ରାରମ୍ଭରେ ଭିଜିଲାନ୍ସ ଇନିସପେକ୍ଟର ଡି. ବାସୁଦେବ ରାଓ ସ୍ଵାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମର ବରିଷ୍ଠ କର୍ମଚାରୀ ଅଚ୍ୟୁତାନନ୍ଦ ବସ୍ତିୟା ସଭାର ସଂଯୋଜନା କରିଥିଲେ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here