ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କଲେ ସରପଞ୍ଚ

0
187

ହିଞିଳିକାଟୁ :- ୩/୧୧:-ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ବେଲଗାଁ ଗ୍ରାମ ପଞ୍ଚାୟତର ଅଙ୍ଗନବାଡି ୨କେନ୍ଦ୍ର ରବିବାର ଉଦଘାଟନ ହୋଇଯାଇଛି ।ସ୍ଥାନୀୟ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମନିତ ଅତିଥି ଭାବେ ଆସିଡିଏସର ସୁପରଭାଇଜର ମଧୁଲିକା ପାତ୍ର ଓ ଜେ ଲଷ୍ମୀଙ୍କ ଉପସ୍ଥିତ ରେ ଶୁଭାରମ୍ଭ ହୋଇଥିଲା ।ପରେ ସେଣ୍ଟର ମଧ୍ୟରେ ଏକ ସଭାରେ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ଶିଶୁ କନ୍ୟା ରତ୍ନ ଉପରେ ବକ୍ତବ୍ୟ ରଖିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ, ରାଜକୁମାରୀ ସାହୁ,ମମତା ଚୌଧୁରୀ, ସ୍ଵର୍ଣଲତା ମହାରଣା, କୁମୁଦିନି ନାହାକ, ସୁଜତା ମହାରଣା ପ୍ରମୁଖଙ୍କ ସମେତ ଅଙ୍ଗନବାଡିକର୍ମୀ,ଆଶାକର୍ମୀ ଓ ବହୁ ମାଆ ମାନେ ଯୋଗଦେଇଥିଲେ ।


ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here