୬ଫୁଟର ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

0
260

ବ୍ରହ୍ମପୁର ,୦୩/୧୧- ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ମାର୍କଣ୍ଡେଇ ଗ୍ରାମରୁ ଏକ ୬ଫୁଟର ଅଜଗରକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର ସଦସ୍ୟ ମାନେ ।ମାର୍କଣ୍ଡେଇ ଗ୍ରାମ ବେହେରା ସାହି ନିକଟରେ ଥିବା ପୋଖରୀରେ ମାଛ ଧରିବା ପାଇଁ ଜାଲ ପକେଇଥିବା ବେଳେ ଖାଦ୍ୟ ସଂଗ୍ରହରେ ଆସି ଅଜଗର ସାପଟି ଉକ୍ତ ଜାଲରେ ଲାଗିଯାଇଥିଲା । ସକାଳୁ ଗ୍ରାମର କିଛି ଯୁବକ ଏହା ଦେଖି ସ୍ନେକ ହେଲ୍ପ ଲାଇନର ସଦସ୍ୟ ସ୍ୱାଧିନ କୁମାର ସାହୁଙ୍କୁ ଜଣାଇଥିଲେ । ଏହା ପରେ ହେଲ୍ପ ଲାଇନର ସଦସ୍ୟ ସ୍ୱାଧିନ କୁମାର ସାହୁ ଓ ଶ୍ରୀକାନ୍ତ ନାହାକ ଉକ୍ତ ସ୍ଥାନରେ ପହଞ୍ଚି ଜାଲରେ ଲାଗିଥିବା ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟିକୁ ବ୍ରହ୍ମପୁର ରେଞ୍ଜର ରାଜା ରାଓ ସୁବୁଦ୍ଧିଙ୍କ ପରାମର୍ଶ କ୍ରମେ ଟାମଣା ସଂରକ୍ଷିତ ଜଙ୍ଗଳରେ ଛଡାଯାଇଛି ।

LEAVE A REPLY

Please enter your comment!
Please enter your name here