କାର୍ତ୍ତିକେଶ୍ୱର ପୂଜା ମଣ୍ଡପରେ ପୂଜାର୍ଚ୍ଚନା

0
200

ହିଞିଳିକାଟୁ :୫/୧୧:- ଗଞ୍ଜାମ ଜିଲ୍ଲା ହିଞିଳିକାଟୁ ପୋୖର ପରିଷଦ କେଉଟ ସାହି ସ୍ଥିତ ପୂଜାମଣ୍ଡପରେ ଚଳିତ କାର୍ତ୍ତିକ ଶୁକ୍ଳ ନବମୀ ମଙ୍ଗଳବାର କାର୍ତ୍ତିକେଶ୍ୱର ପୂଜା ପାଳିତ ହୋଇଯାଇଛି ।ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ପାର୍ଶ୍ଵମୂର୍ତ୍ତି ରଙ୍ଗୀନ ଆଲୋକ ସଜା ଓ ସୁଉଚ୍ଚ ତୋରଣ ଆଖି ଝଲସି ଯାଉଛି ।ପୂଜା ଦେଖିବା ଲାଗି ମଣ୍ଡପ ନିକଟରେ ଆଖାପାଖ ଅଞ୍ଚଳରୁ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ ।ବିଶ୍ୱାସ ରହିଛି ଅଞ୍ଚଳ ବାସୀଙ୍କ ବାବାଙ୍କୁ ଭକ୍ତି ଓ ନିଷ୍ଠାର ସହ ପୂଜାର୍ଚ୍ଚନା କଲେ ମନସ୍କାମନା ପୂରଣ ହୋଇଥାଏ ।ଦୀର୍ଘ ୧୯ ବର୍ଷ ଧରି ଏଠାରେ କାର୍ତ୍ତିକେଶ୍ୱରଙ୍କ ପୂଜା ଧୁମଧାମରେ ପାଳନ କରାଯାଇଆସୁଛି ।ବାବାଙ୍କ ଏହି ପୂଜା ୯ଦିନ ଧରି ରୀତିନୀତି ଅନୁସାରେ ଚାଲୁରହିବ ।ଆଜିର ପୂଜା ଉତ୍ସବ ରେ ମୁରଲୀ ବେହେରା କର୍ତ୍ତା ରୂପେ ପୂଜା ମଣ୍ଡପରେ ଯୋଗ ଦେଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ଗୋପବନ୍ଧୁ ବେହେରା, ଘନଶ୍ୟାମ ବେହେରା, ସିଲୁ ବେହେରା, ବିଚିତ୍ର ବେହେରା,ସୁଭମ ବେହେରା, ସୁଶାନ୍ତ ବେହେରା, ସ୍ୱାଧୀନ ବେହେରା ,କୃଷ୍ଣ ବେହେରା ପ୍ରମୁଖ ପୂଜା କାର୍ଯ୍ୟରେ ପରିଚାଳନା ସହଯୋଗ କରିଥିଲେ ।
ରିପୋର୍ଟ:ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here