ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

0
264

ପାରଳାଖେମୁଣ୍ଡି , ୦୫/୧୧– ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟତଃ କର୍ମଜୀବି ମହିଳାଙ୍କୁ ସୁରକ୍ଷା ପ୍ରଦାନ, ଧର୍ମଶାଳା ବ୍ଲକର ହରିଦାସପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାସ ହତ୍ୟାକାଣ୍ଡ, କେନ୍ଦ୍ରପଡା ସମବାୟ କୋପରେଟିଭ ବ୍ୟାଙ୍କର ଯୈାନ କେଲାଙ୍କାରୀ ଅଭିଯୋଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରଭୃତି ଦାବିରେ ଭାଜପା ର ବିଭିନ୍ନ ବର୍ଗର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ପ୍ରତିବାଦ ସଭା କରିଥିଲେ। ଶେଷରେ ଏକ ମହିଳା ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂଙ୍କୁ ଜିଲ୍ଲାପାଳ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ପ୍ରତିବାଦ ସଭାରେ ନେତ୍ରୀ ଅରୁଣିମା ସାହୁ ଯୋଗଦେଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇ କହିଥିଲେ ଯେ ଓଡିଶାରେ ମହିଳା ମାନେ ଅସୁରକ୍ଷିତ ହୋଇ ବିଭିନ୍ନ ଘଟଣାର ଶିକାର ହେଉଛନ୍ତି। ହରିଦାସପୁର ଭିଏଲଡବ୍ଲୁ ସ୍ମିତାରାଣି ବିଶ୍ୱାସ ହତ୍ୟାକାଣ୍ଡ ଘଟଣାର ଅଧମାସ ବିତିଲାଣି ହେଲେ ପୋଲିସ ଅପରାଧୀକୁ ନ ଧରି ତା ପରିବର୍ତ୍ତେ ମୃତକଙ୍କ ଚରିତ୍ର ସଂଘାର କରାଯାଇଛି। ଅପରାଧିକୁ ଶାସକ ବିଜେଡି ଦଳ ସୁରକ୍ଷା ଯୋଗାଇ ଦେଇ ଚାଲିଥିବା ବେଳେ ଅନ୍ୟପଟେ ଭୟରେ ସ୍ମିତାରାଣୀ ଙ୍କ ପରିବାର ଭୟରେ ଗାଁ ଛାଡିଛନ୍ତି। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ଯାହା ଫଳରେ ପ୍ରକୃତ ରହସ୍ୟ ଲୋକ ଲୋଚନକୁ ଆସିବ ବୋଲି କହିଥିଲେ।
ଏହି ବିକ୍ଷୋଭ ଓ ପ୍ରତିବାଦ ସଭା ଅନ୍ଯ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ,ବିମଳା ସାମଲ, ଭାରତୀ ଆମ୍ମା, ଜିଲ୍ଲା ଭାଜପା ସଭାପତି ଜି ଭେଙ୍କଟରାବଣା, ସମ୍ପାଦକ ଜଗନ୍ନାଥ ମହାପାତ୍ର, ବରିଷ୍ଠ ନେତା ଡୁଲୁ ମିଶ୍ର, ପ୍ରଶାନ୍ତ ପାଳ, ସୁନୀଲ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here