ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ।

0
175

ଦିଗପହଣ୍ଡିର, ୦୫/୧୧- ଆଜି ଦିଗପହଣ୍ଡି ଅଂଚଳ ର ୫୦୦ କଂଗ୍ରେସ କର୍ମୀ ଙ୍କ ସହ ପୂର୍ବତନ ଦିଗପହଣ୍ଡି ଏନ ଏ ସି ଅଧକ୍ଷ ଭି. ରବି ନାରାୟଣ ରାଜୁ କଂଗ୍ରସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ୨୦୦୯ରେ କଂଗ୍ରେସ ଟିକେଟରୁ ଦିଗପହଣ୍ଡିର ବିଧାୟକ ପ୍ରାର୍ଥୀ ହୋଇଥିଲେ ନାରାୟଣ ରାଜୁ । କିନ୍ତୁ ତାଙ୍କୁ ସେଠାରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ତେବେ ପୂର୍ବରୁ ଦୁଇ ଦୁଇ ଥର ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ରହିଥିଲେ ଭି. ରବି ନାରାୟଣ । କଂଗ୍ରେସରେ କିଛି କାର୍ଯ୍ୟକ୍ରମ ନାହିଁ ଏବଂ ନବୀନଙ୍କ ଆଦର୍ଶ ଓ ଭଲ କାମ ପାଇଁ ବିଜେଡ଼ରେ ମିଶିଥିବା ସେ କହିଛନ୍ତି ।

ଯିଏ ବି ବିକାଶ ପାଇଁ କାମ କରିବ, ତାକୁ ସମର୍ଥନ ମିଳିବ ବୋଲି ସେ କହିଛନ୍ତି । ଅନ୍ୟପଟେ ନବୀନ ନିବାସରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନରେ ବିଜେଡ଼ି ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here