ବିଜେଡି ନେତା ଅଭିଯୁକ୍ତ ଋୂପେଶ ଭଦ୍ର ଏବଂ ପ୍ରମୋଦ ସାହୁଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ କରି ପ୍ରତିବାଦ ଜଣାଇଲା ମହିଳାମୋର୍ଚ୍ଚା *ସ୍ମିତାରାଣୀକୁ ନ୍ୟାୟ ଦେବା ପାଇଁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ମହିଳାମୋର୍ଚ୍ଚା* ସ୍ମିତାରାଣୀର ଚରିତ୍ରହନନ କରିଥିବା ଯାଜପୁର ଏସପିଙ୍କୁ ବହିଷ୍କାର କରାଯାଉ ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରାଯାଉ ପ୍ରମୋଦ ସାହୁଙ୍କ ବିରୁଦ୍ଧରେ ଦୃଢ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ

0
249

 

ଭୁବନେଶ୍ୱର,ତା.୦୫/୧୧: ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୨୦ ଦିନ ବିତିଲାଣି । ସ୍ମିତାରାଣୀ ସହ ଦୁର୍ଷ୍କମ କରାଯାଇ ତାଙ୍କୁ ହତ୍ୟା କରାଯାଇଛି । ବିଜେପି ବାରମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଆସୁଥିଲେ ବି ରାଜ୍ୟସରକାର ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ଚୁପ୍ ବସିଛନ୍ତି । ପୋଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରି ସେଠାରେ ଉପସ୍ଥିତ ଥିବା ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲାପରିଷଦ ଏବଂ ରାମକୋର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ତଦନ୍ତ ପରିସରଭୃକ୍ତ କଲା ନାହିଁ । ଅନ୍ୟପଟେ ଯାଜପୁର ଏସପି ବୃତିଗତ ତଦନ୍ତ ନକରି ବ୍ୟକ୍ତିଗତ ତଦନ୍ତ କରି ମୃତା ସ୍ମିତାରାଣୀର ଚରିତ୍ରହୀନ କଲେ । ଶାସକ ଦଳ ଚାପରେ ଘଟଣାକୁ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି । ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ ନକରି କେସ୍ ସରିଗଲାଣି ବୋଲି କହି ସମଗ୍ର ମହିଳା ସମାଜକୁ ନିନ୍ଦିତ କରିଛନ୍ତି । ସେହିପରି ବିଜେଡି ରାଜ୍ୟ ସଂପାଦକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭର ସଭାପତି ପ୍ରମୋଦ ସାହୁ ଜଣେ କର୍ମଜୀବୀ ମହିଳାଙ୍କୁ ଯୈାନ ନିର୍ଯ୍ୟାାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ପ୍ରମୋସନର ଲୋଭ ଦେଖାଇ ସବୁବେଳେ ସେ ମହିଳାଙ୍କ ଯୈାନ ଉତ୍ପୀଡନ କରୁଥିଲେ । ପୋଲିସ ପ୍ରମୋଦ ସାହୁ ଏବଂ ରୂପେଶ ଭଦ୍ର ଓ ତାଙ୍କ ସହେଯାଗୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳା ମୋର୍ଚ୍ଚା ଦାବି କରିଛି ।
ମୃତା ସ୍ମିତାରାଣୀର ହତ୍ୟା ଘଟଣାର ସିବିଆଇ ତଦନ୍ତ, ସ୍ମିତାରାଣୀଙ୍କର ଚରିତ୍ର ହୀନ କରିଥିବା ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ବହିଷ୍କାର, ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କୁ ବହିଷ୍କାର କରିବା ଆଦି ୩ ଦଫା ଦାବି ନେଇ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ରାଜ୍ୟସରକାର ମହିଳା ସଶକ୍ତିକରଣ, ମୋ ସରକାର, ମୋ ପୋଲିସ, ମୋ ପରିବାର ଏବଂ 5-T କଥା କହୁଥିବାବେଳେ ଏକ ସରକାରୀ କର୍ମଚାରି ଓ ମହିଳାଙ୍କ ମୃତ୍ୟୁପରେ ତାଙ୍କୁ ନ୍ୟାୟ ମିଳୁନାହିଁ । ଏହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟଣା । ରାଜ୍ୟରେ ମହିଳା ସମାଜ ସଂପୂର୍ଣ୍ଣଭାବେ ଅସରୁକ୍ଷିତ ହୋଇପଡିଛି । ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟସରକାର ତୁରନ୍ତ ଜିରୋ ଟଲେରାନ୍ସ ଗ୍ରହଣ କରନ୍ତୁ ବୋଲି ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି ।
କେନ୍ଦ୍ରାପଡାଠାରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରମୀତୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ଶ୍ରମୀତୀ ପରିଡା ପୀଡିତା କେନ୍ଦ୍ରାପଡା ଯୈାନ ପୀଡିତା ମହିଳା ଏବଂ ପରିବାରକୁ ଭେଟିଥିଲେ । ସଠିକ୍ ତଦନ୍ତ ହେଲେ ଆହୁରି ଅସଲ ଗୁମର ପଦାକୁ ଆସିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ଭୂବନେଶ୍ୱରଠାରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, କଟକଠାରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବାଲେଶ୍ୱରଠାରେ ଶୋଭନା ମହାନ୍ତି, ନୟାଗଡଠାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବ୍ରହ୍ମପୁରଠାରେ ଅନୀତା ଶୁଭଦର୍ଶିନୀ ଓ ପିଙ୍କି ପ୍ରଧାନ, ଅନୁଗୁଳଠାରେ ସଂଘମିତ୍ରା ପ୍ରଧାନ, ବଲାଙ୍ଗୀର ଠାରେ ସଂଗୀତା ସିଂହଦେଓ, ଖୋର୍ଦ୍ଧାରେ ରଶ୍ମୀମୟୀ ପଟ୍ଟନାୟକ ଓ ରାଜଲକ୍ଷ୍ମୀ ଉପଧ୍ୟାୟ, ପୁରୀରେ ଜ୍ୟୋତି ମହାପାତ୍ର, ଯାଜପୁରରେ ବବିତା ମଲ୍ଲିକ, ଭଦ୍ରକରେ ମନସ୍ମିତା ଖୁଣ୍ଟିଆ ସମେତ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଜିଲ୍ଲା ସଭାନେତ୍ରୀଙ୍କ ନେତୃତ୍ୱରେ ଏହି ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here