ମହିଳା ଶିଶୁ ବିକାଶ ବିଭାଗ ର ୭ ଜଣିଆ ଗୃହ କମିଟି ଗଞ୍ଜାମ ଗସ୍ତ, ବିଭିନ୍ନ ଛତୁଆ ଉତ୍ପାଦନ କେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର, ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଲେ

0
262

ବ୍ରହ୍ମପୁର,୦୫/୧୧-ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ଏକ ୭ଜଣିଆ ଗୃହ କମିଟି ବରିଷ୍ଠ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ନେତୃତ୍ୱରେ ଗଂଜାମ ଜିଲ୍ଲାର ସମସ୍ତ ବ୍ଲକ ବୁଲି ଛତୁଆ ଉତ୍ପାଦନ କେନ୍ଦ୍ର,ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଆଶ୍ରମ ସ୍କୁଲ ମାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରିଦର୍ଶନ କରିବା ପରେ ସଂଧ୍ୟାରେ ଗଂଜାମ ଜିଲାପାଳଙ୍କ କାର୍ଯ୍ୟଳୟରେ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କବିସୂର୍ଯ୍ୟନଗର ବିଧାୟକା ଲତିକା ପ୍ରଧାନ ବେଗୁନିଆପଡା ଛତୁଆ ଉତ୍ପାଦନ କେନ୍ଦ୍ରରେ ନିମ୍ନ ମାନର ଛତୁଆ ପ୍ରସ୍ତୁତ ହେଉଥିବା କହିଥିଲେ ଏବଂ ସେହି ଛତୁଆ ଉତ୍ପାଦନ କେନ୍ଦ୍ରରୁ ଆଣିଥିବା ଛତୁଆ କୁ ଜିଲ୍ଲାପାଳଙ୍କୁ ଖାଇବାକୁ ଦେଇଥିଲେ। ଜିଲ୍ଲାପାଳ ସେହି ଛତୁଆ କୁ ଖାଇଥିଲେ ନିମ୍ନ ମାନର ଛତୁଆ ପ୍ରସ୍ତୁତି ହୋଇଛି କହି ସେହି ଛତୁଆ ଉତ୍ପାଦନ କେନ୍ଦ୍ର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ବୈଠକରେ କହିଥିଲେ । ପରେ ପରେ ଖଲ୍ଲିକୋଟ ଏବଂ ପୁରୁଷୋତ୍ତମପୁର ଅଞ୍ଚଳରେ କାଜୁ ଉତ୍ପାଦନ କ୍ଷେତ୍ରରେ ଅଧିକ ଗୁରୁତ୍ଵ ଏବଂ ଖଲ୍ଲିକୋଟ ପୁରୁଷୋତ୍ତମପୁର ରେ ବେଆଇନ ମଦ ଦୋକାନ ବନ୍ଦ କରିବାକୁ ବୈଠକରେ ଗୃହକମିଟିର ସଦସ୍ୟ ମାନେ ଅଭିଯୋଗ କରିଥିଲେ । ପ୍ରାୟତଃ ସମସ୍ତ ବ୍ଲକରେ ସମସ୍ତ କାର୍ଯ୍ୟ ଭଲ ଭାବରେ ଚାଲିଛି ବୋଲି କହିଥିଲେ। ଏବଂ ବେଆଇନ ମଦ ଦୋକାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଂଜାମ ଏସ୍ପି କହିଥିଲେ।ଏହି ବୈଠକରେ ଗଂଜାମ ଜିଲାପାଳ ଙ୍କ ସମେତ ,ଉପଜିଲ୍ଲାପାଳ ,ଗଂଜାମ ଏସ୍ପି ,ବ୍ରହ୍ମପୁର ଏସ୍ପି ,ଅତିରିକ୍ତ ଜିଲାପାଳ ଏବଂ ଉଷା ଦେବୀଙ୍କ ନେତୃତ୍ୱରେ ଆସିଥିବା କମିଟିରେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ସୂର୍ଯ୍ୟମଣି ଵୈଦ୍ୟ, ସୁନନ୍ଦା ଦାସ୍,ବାସନ୍ତୀ ହେମ୍ବ୍ରମ,ସାବିତ୍ରୀ ଅଗ୍ରୱାଲ,ମିନାକ୍ଷୀ ମହାନ୍ତି,କୁସୁମ ଟେଟେ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡି,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ମହାରଣା,ଛତ୍ରପୁର ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା,ଜିଲ୍ଲା ଯୋଜନା ଅଧିକ

LEAVE A REPLY

Please enter your comment!
Please enter your name here