ଗଜପତି ରେ ବିଶାଳ ଆଦିବାସୀ ମେଳା

0
197

ପାରଳାଖେମୁଣ୍ଡି,୦୬/୧୧-ଗଜପତି ଜିଲ୍ଲାର ମୋହନାରେ ଏକ ବିଶାଳ ଆଦିବାସୀ ମେଳି ଗତକାଲି ଦେଖିବାକୁ ମିଳିଛି । ଆଦିବାସୀ ଅଧିକାର ମଞ୍ଚ ରାଜ୍ୟ ସଭାପତି ଦଣ୍ଡପାଣୀ ରଇତଙ୍କ ନେତୃତ୍ୱରେ ଆଜି ୫ଶହରୁ ଉର୍ଦ୍ଧ ଆଦିବାସୀ ପୁରୁଷ ଓ ମହିଳା ମୋହନା ଷ୍ଟେଟ ବ୍ୟାଙ୍କ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ମୋହନା ମୁଖ୍ୟ ରାସ୍ତା ପରିକ୍ରମା କରିବା ସହ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ତହସିଲଦାରଙ୍କ ଅଫିସ ଆଗରେ ପହଞ୍ଚିବାପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଦିବାସୀଙ୍କୁ ୨୦୦୬ ଜଙ୍ଗଲ ଆଇନ ଅନୁଯାୟୀ ଜମି ପ୍ରଦାନ କରିବାରେ ପ୍ରଶାସନ ଅବହେଳା କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ଚନ୍ଦ୍ରଗିରି ଅଞ୍ଚଳରେ ରହୁଥିବା ତିଦ୍ଦତିୟ ଶରଣାର୍ଥୀଙ୍କ ଜମିର ପୁନଃ ନବିକରଣ ସହ ମେ, ୧୮ରେ ୧୨ଟି ମୌଜାର ରାଜସ୍ୱ ଜମିକୁ ତିଦ୍ଦତିୟ ଶରଣାର୍ଥୀଙ୍କୁ ଦେବାପାଇଁ ତହସିଲଦାର ନୋଟିସ ଜାରି କରିଥିଲେ । ତେବେ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଏହି ଲିଜ୍‌କୁ ବାତିଲ କରି ଉକ୍ତ ଜମିକୁ ଆଦିବାସୀଙ୍କୁ ପ୍ରଦାନ କରିବାକୁ ଦାବୀ କରିଥିଲେ ଆନ୍ଦୋଳନକାରୀ । ଏକ ଦାବୀ ପତ୍ର ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ପ୍ରଦାନ କରିଛନ୍ତି ।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here