ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲା ରେ ସୁପ୍ରିମକୋର୍ଟ ଙ୍କ ବଡ ରାୟ

0
265

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ବିବାଦୀୟ ଜମିରେ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ । ମୁସଲିମ ପକ୍ଷକୁ ବିକଳ୍ପ ୫ ଏକର ଜମି ଯୋଗାଇଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମାନ୍ୟବର ସୁପ୍ରିମକୋର୍ଟ ଆଜି ଭାରତର ସବୁଠାରୁ ଅଧିକ ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦର ଶୁଣାଣି କରିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଜଜ୍ ଏକ ମତ ହୋଇ ରାୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଅଯୋଧ୍ୟା ମାମଲା ୯ ବର୍ଷ ଧରି ସୁପ୍ରିମକୋର୍ଟରେ ଥିଲା।ଏବେ ଲଗାତାର ୪୦ ଦିନର ଶୁଣାଣି ପରେ ଆଜି ସୁପ୍ରିମକୋର୍ଟ ଏହି ଐତିହାସିକ ରାୟ ଶୁଣାଇଛନ୍ତି ।
କୋର୍ଟଙ୍କ ରାୟର କିଛି :-
●ରାମ ଚବୂତରା, ସୀତା ରୋଷାଇ ଥିବାର ପ୍ରମାଣ
●ମୁସଲିମ ସଂପ୍ରଦାୟ ଶୁକ୍ରବାର ନମାଜ ପଢ଼ୁଥିବାର ପ୍ରମାଣ
●୧୮୫୭ ପୂର୍ବରୁ ପରିସର ମଧ୍ୟରେ, ଗର୍ଭଗୃହ ଭିତରେ ହିନ୍ଦୁମାନେ ପୂଜା କରୁଥିଲେ
● ସୁନ୍ନି ୱାର୍କ ଅଫ ବୋର୍ଡ ପ୍ରମାଣ ଦେବାରେ ବିଫଳ
●ନିର୍ମୋହି ଅଖଡ଼ା ଦାବି ଖାରଜ
● ଜମିକୁ ତିନି ଭାଗରେ ବାଣ୍ଟିବା ରାୟ ଦେବା ଏଲ୍ହାବାଦ ହାଇକୋର୍ଟଙ୍କ ଭୁଲ ନିଷ୍ପତି ଥିଲା।
●ବିବାଦୀୟ ସ୍ଥଳୀରେ ହେବ ରାମ ମନ୍ଦିର
● କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଟ୍ରଷ୍ଟ ନିର୍ମାଣ କରି ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବେ
●ବିବାଦୀୟ ୨.୭ ଏକର ଜମିରେ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମଭୂମୀ ନ୍ୟାସକୁ ଜମି ହସ୍ତାନ୍ତର
●ମସଜିଦ୍ ନିର୍ମାଣ ପାଇଁ ମୁସଲିମ ସଂପ୍ରଦାୟଙ୍କୁ ଅନ୍ୟତ୍ର ୫ ଏକର ଜମି ପ୍ରଦାନ କରିବେ ସରକାର

(ବ୍ୟୁରୋ ରିପୋର୍ଟ)

LEAVE A REPLY

Please enter your comment!
Please enter your name here