ବ୍ରହ୍ମପୁର,୧୯/୧୧-ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଏବିଭିପି ର ବିଭାଗ ସଂଯୋଜକ ତୁତୁନ ପାତ୍ର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ସ୍ଵାଧୀନତା ସଂଗ୍ରାମ ରେ ରାଣୀ ଲକ୍ଷ୍ମୀବାଈ କିପରି ଅଦମ୍ୟ ସାହସିକତା ଓ ବୀରତ୍ୱ ର ଉଦାହାରଣ ସୃଷ୍ଠି କରିଥିଲେ ଯାହା କି ବ୍ରିଟିଶ ସରକାର କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଥିଲା। ଆଜିକାଲି ଯେତେବେଳେ ନାରୀ ସାମାଜ ରେ ଅତ୍ୟାଚାର ସହୁଛି ତ କେତେବେଳେ ନିର୍ଯାତନା ର ଶିକାର ହେଉଛି ଏଣୁ ଆଜି ପ୍ରତ୍ୟକ ଛାତ୍ରୀ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଙ୍କ ପଥକୁ ଧ୍ୟେୟ କରିବାକୁ ଆହ୍ଵାନ କରିଥିଲେ। ଶାଖା ସଭାପତି ହର୍ଷିତା ରାଉଳ ଏହି କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିବା ବେଳେ ଏଥିରେ ଏଥିରେ ପ୍ରିୟଦର୍ଶିନୀ ଦାସ, ସ୍ମୃତିସୁଦ୍ଧା ସାହୁ, ଜ୍ୟୋତିର୍ମୟୀ ଦୀକ୍ଷିତ, ର.ସନ୍ଧ୍ୟା ପ୍ରମୁଖ ଉପସ୍ଥିତ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଝାନ୍ସୀ ରାଣୀ ଜୟନ୍ତୀ ପାଳିତ।