କିନ୍ନରଙ୍କ ବଦାନ୍ୟତା, ଅସହାୟଙ୍କ ପ୍ରତି ସହାୟତାର ହାତ ବଢ଼ାଇ ଦେଖାଇଲେ ମଣିଷ ପଣିଆ।

0
181

 

ବ୍ରହ୍ମପୁର,୨୨/୧୧(ଶକ୍ତିଧର ରାଜଗୁରୁ)-:
ସମାଜରେ କିନ୍ନରମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଇଥାଏ। ତେବେ କିନ୍ନର ମାନଙ୍କର ମଧ୍ୟ ହୃଦୟ ଅଛି ଓ ସେମାନେ ବି ମଣିଷ। ଏହାକୁ ପ୍ରତିପାଦିତ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି ବ୍ରହ୍ମପୁର ସହରର କିନ୍ନରମାନେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଠାରେ ଗତ ଜୁଲାଇ ମାସରେ ହୋଟେଲରେ ରୋଷେଇ କରୁଥିବା ସମୟରେ ତତଲା ତେଲ କଡେଇରେ ପଡି ଗୁରୁତର ଆହତ ହୋଇଥିଲେ ଶିବଶଙ୍କର ମିଶ୍ର। ପରେ କଟକ ବଡ଼ ମେଡିକାଲରେ ଦୀର୍ଘଦିନ ଚିକିତ୍ସିତ ହେବା ପରେ ବର୍ତ୍ତମାନ ସେ ବ୍ରହ୍ମପୁର ଏମ୍ କେ ସି ଜି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଚିକିତ୍ସା ପାଇଁ ଅର୍ଥର ଅଭାବ ଥିବା ଯୋଗୁଁ ବିଭିନ୍ନ ମହଲରୁ ସହାୟତା ଜାରି ରହିଛି। ଏଭଳି ସ୍ଥିତିରେ ଆଜି ବ୍ରହ୍ମପୁରର କିନ୍ନରମାନେ ନିଜ ସଞ୍ଚିତ ଅର୍ଥରୁ ୩ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଆଗକୁ ପୁଣି ଅଧିକ ସହାୟତା କରିବେ ବୋଲି ସୂଚନା ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ଏଦିଗରେ ଆଗକୁ ଆସିବାକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here