ଦିଗପହଣ୍ଡି,୮/୧୧(ବ୍ୟୁରୋ ରିପୋର୍ଟ)
ଦିଗପହଣ୍ଡି ସହର ଉପକଣ୍ଠରେ ଚାଙ୍ଗୁଡ଼ିଦେଇ ପର୍ବତରେ ବିରାଜମାନ କରିଥିବା ମାଁ ଚାମୁଣ୍ଡେଶ୍ୱରୀ ପୀଠରେ ଗୀତା ଜୟନ୍ତୀ ଉତ୍ସବ ପବିତ୍ର ତିଥି ମହାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ଦିଗପହଣ୍ଡି ଆଖପାଖ ଅଞ୍ଚଳରେ ଥିବା ଭାଗବତ ଗାଦୀ କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୁଶପଡ଼ା ଗ୍ରାମର ଭାଗବତ ଗାଦୀର କର୍ମକର୍ତା ଗୋବିନ୍ଦ ବିଷୋୟୀ ଙ୍କ ପ୍ରସ୍ତାବ କ୍ରମେ ପୀତବାସ ଜେନାଙ୍କ ଅନୁମୋଦନ କ୍ରମେ ବୈଠକର ଆବାହକ ତଥା ସ୍ଥାନୀୟ ଆଦର୍ଶ ଆଶ୍ରମ ସଭାପତି ସିତରାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବିଭୁ ପ୍ରାର୍ଥନା ପରେ ସାଧୁ ଶ୍ରୀ ଭାସ୍କର ତୀର୍ଥ ଲକ୍ଷ୍ମୀ ବାବା ଏହି ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ସ୍ୱାଗତ ଭାଷଣ ଦେଇଥିଲେ। କାଶୀ ପୀଠାଧିଶ୍ବର ମହାମଣ୍ୟ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତା ଜାନୁୟାରୀ ୨୮ରେ ଏହି ପୀଠରେ ପଦାର୍ପଣ କରୁଛନ୍ତି ବୋଲି ସୂଚନା ମିଳିଛି। ଏହି ସମୟରେ ୧୦୮ ଭାଗବତ ମିଳନ ମହୋତ୍ସବ ଅନୁଷ୍ଠିତ କରାଇବା ପାଇଁ ଲକ୍ଷ୍ମୀ ବାବା ପ୍ରସ୍ତାବ ଦେଇଥିଲେ। ଏହି ଦାୟିତ୍ୱ ସ୍ଥାନୀୟ ଭାଗବତ ମଣ୍ଡଳୀ କୁ ଦେଇଥିଲେ। ପରେ ସମସ୍ତ ଭାଗବତ ମଣ୍ଡଳୀର କର୍ମକର୍ତ୍ତା ମାନେ ନିଜ ନିଜର ମତାମତ ରଖିଥିଲେ। ସର୍ବସମ୍ମତି କ୍ରମେ ଶଙ୍କରାଚାର୍ଯ୍ୟଙ୍କ ଗସ୍ତକୁ ଆଖି ଆଗରେ ରଖି ଏକ ପରିଚାଳନା କମିଟି ଗଠିତ ହୋଇଯାଇଛି। ସଭାପତି ଭାବେ କୃଷ୍ଣଚନ୍ଦ୍ର ଦୋରା, ଉପସଭାପତି ପୀତବାସ ଜେନା, ସମ୍ପାଦକ ରଘୁନାଥ ପାଣିଗ୍ରାହୀ, ସହ ସମ୍ପାଦକ ପ୍ରମୋଦ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା। ସେହିପରି କୋଷାଧକ୍ଷ ଭାବେ ଦେବରାଜ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା। ରବିବାର ଏହି ପ୍ରସ୍ତୁତି ବୈଠକରେ ସିନ୍ଧବା, ମେଘଝୋଲି, କଇଠ ଖଣ୍ଡି, ଚକା ତେନ୍ତୁଳି, ଦ୍ୱାରଗାଁ, ନନ୍ଦଗାଁ, ପାଲଝୁଡ଼ି, ତଲାସିଂ, ଏରେନ୍ଦ୍ରା, ପାଟପୁର, ରାଧାଦେଇପୁର, ଖୋଲୁଡି, ନୂଆଗଡ଼, ସିଙ୍ଗିପୁର, ମୌଲାଭଞ୍ଜା, ଛଣମେରୀ, ଫାଶୀଗୁଡା ଗ୍ରାମ ସମେତ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ବିଭିନ୍ନ ଗ୍ରାମର ଭାଗବତ ଗାଦିର କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରି ପରିଚାଳନା କରିଥିଲେ। ପ୍ରସ୍ତୁତି ବୈଠକର ସମସ୍ତ କାର୍ଯ୍ୟକ୍ରମକୁ କାଳୁଚରଣ ବେହେରା, ମିଲନ କୁମାର ପାଣିଗ୍ରାହୀ, ବିଘ୍ନରାଜ ପାଣିଗ୍ରାହୀ, ରାକେଶ ପଶୁପାଳକ, ଅଜୟ ପ୍ରଧାନ, ପହଲା ସ୍ୱାଇଁ, ସୁରେନ୍ଦ୍ର ପଟନାୟକ ସମୀରକାନ୍ତ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ।